ପାରାଦୀପ ଗଡ, 10/11/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ପାରାଦୀପ ଗଡରେ ନବନିର୍ମିତ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅଙ୍ଗୱାଡି କେନ୍ଦ୍ର -୨ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି lଦୀର୍ଘ ବର୍ଷ ହେବ ଏକ ଭଗ୍ନ ଗୃହରେ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲି ଆସୁଥିବା ବେଳେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଏହାର ନୂତନ ଗୃହ ନିର୍ମାଣ କରିବା ସହିତ ଉପ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବାକୁ ଦାବି କରି ଆସୁଥିଲେ lଶେଷରେ ସରକାର ଉକ୍ତ ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ନିର୍ମାଣ କରିଛନ୍ତି।ଆଜି ମାନ୍ୟବର ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ଉକ୍ତ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ର ଉଦ୍ଘାଟନ କରିବା ସହିତ ପାରିପାର୍ଶିକ ଅବସ୍ଥା ଓ ଏ ଅଞ୍ଚଳରେ ଦୃତ ଲୋକ ସଂଖ୍ୟା ବୃଦ୍ଧିକୁ ଦେଖି ଖୁବ୍ ଶୀଘ୍ର ଏହି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରାଯିବ ବୋଲି କହିଥିଲେ।ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା ଯୋଗଦେଇ ଥିବା ବେଳେ କୁଜଙ୍ଗ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ଶିବ ପ୍ରସାଦ ସେଠୀ, ବରିଷ୍ଠ ଆଇନଜୀବି ସଞ୍ଜୟ କୁମାର ବେହେରା,ଚନ୍ଦ୍ର ଶେଖର ଚୌଧୁରୀ,ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଚିନୁ ନାୟକ,ମହିଳା ସ୍ୱାସ୍ଥ୍ୟ କର୍ମୀ ନଳିନୀପ୍ରଭା ଦାସ,ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରିୟଦର୍ଶୀ ଅଶୋକ, ଯୋଗଦେଇଥିଲେ।ସେହିପରି ପାରାଦୀପ ଗଡ ଅଙ୍ଗୱାଡି କେନ୍ଦ୍ର-୨ କୁ ମଧ୍ୟ ମାନ୍ୟବର ମନ୍ତ୍ରୀ ଉଦ୍ଘାଟନ କରିଥିଲେ lସରକାର ବଦଳିବା ପରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦୃତ ବିକାଶ ପଥରେ ଆଗେଇ ଚାଲିଛି।ଆଗାମୀ ଦୁଇ ବର୍ଷ ମଧ୍ୟରେ ପଞ୍ଚାୟତ ପୂର୍ଣ୍ଣ ବିକଶିତ ପଂଚାୟତ ରେ ପରିଣତ ହେବ ବୋଲି ସରପଞ୍ଚ ଶ୍ରୀମତି ବେହେରା ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହାରଥା, ରମେଶ ଚନ୍ଦ୍ର ବେହେରା, ସତ୍ୟ ନାରାୟଣ ମହାପାତ୍ର, ବିଷ୍ଣୁ ଚରଣ ସାହୁ, ଧନେଶ୍ଵର ସାହୁ, ସନ୍ତୋଷ ଦୋରା, ନିରଞ୍ଜନ ପରିଡ଼ା, ଚନ୍ଦ୍ରକାନ୍ତ ସ୍ୱାଇଁ, ସଂଗ୍ରାମ ବେହେରା, ଜୟନ୍ତ ସେନାପତି, ରାଜେନ୍ଦ୍ର ବେହେରା, ପ୍ରଭାତ ସାହୁ, ଏମ. ବି. କେ. କଳ୍ପନା ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

