ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାସୁଦେବଙ୍କ ଗାଦି ପୀଠରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଯଜ୍ଞ ବାର୍ଷିକ ଉତ୍ସଵ।

ଏରସମା, 04/07/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ପଞ୍ଚାୟତ ର ସୁମଡା ଷ୍ଟିତ ଶ୍ରୀଶ୍ରୀ ବାସୁଦେବଗାଦି ଙ୍କ ପୀଠରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଯଜ୍ଞ ବାର୍ଷିକ ଉତ୍ସବ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମହାସମୋହରରେ ପାଳନ କରାଯାଇଅଛି। ପ୍ରତିବର୍ଷ ପ୍ରଭୁଙ୍କର ଗୁଣ୍ଡିଚା ପରଦିନ ଏ ପୀଠରେ ଯଜ୍ଞ କରାଯାଇଥାଏ। ପ୍ରଥମେ ଏହି ଗ୍ରାମରେ ପ୍ରଭୁ ବାସୁଦେବଙ୍କ ଗାଦି ସ୍ଥାପନ କରାଯାଇଥିଲା।ପରେ କୁନି କୁନି ପିଲାମାନଙ୍କ ଦ୍ବାରା ନଡ଼ିଆ ଗୋଟମା ଦ୍ବାରା ଜଗନ୍ନାଥଙ୍କ ଫଟୋ ରଖି ରଥ ଟଣା ଯାଉଥିଲା।ସମୟ କ୍ରମେ ସେ ରଥ ଏକ ବଡ଼ ରଥରେ ପରିଣତ ହେଲା।ପରେ ମହାପ୍ରଭୁଙ୍କର ଦାରୁ ମୂର୍ତ୍ତୀ କାଳିଆପାଟ ଗଣ୍ଡିପୁରର ଭାବଗ୍ରାହୀ ମଠ ର ସ୍ୱର୍ଗତ ତନୁ ବାବାଙ୍କ ଆଶ୍ରମ ରୁ ଏହି ମହାପ୍ରଭୁଙ୍କୁ ଆଣି ଏହି ଠାରେ ପ୍ରାଣପ୍ରତିଷ୍ଠା କରାଯାଇଥିଲା।ମନ୍ଦିର ପ୍ରବେଶ ଦିନ ପ୍ରସାଦ ସେବନ ଚାଲିଥାଏ ଭଜନ କୀର୍ତନ ଚାଲିଥାଏ ଏହିଠାରେ ହିଁ ପ୍ରଭୁଙ୍କର ଦିବ୍ୟଦର୍ଶନ ହୋଇଥିଲା ମନ୍ଦିର ଭିତରେ।ସେହିଦିନଠାରୁ ପ୍ରଭୁଙ୍କର ଘୋଷ ଯାତ୍ରା ହୁଏ ନାହିଁ କେବଳ ଯଜ୍ଞ କରାଯାଏ ।ସେ ଯାହା ହଉନା କାହିଁ ବିଶ୍ୱାସେ ନେଇ ଏ ଜଗତ। ମାନିଲେ ଠାକୁର ନ ମାନିଲେ ପଥର।ସେ ମହାପ୍ରଭୁଂକ ଲୀଳା ଆମେ ତ ନିମିତ୍ତ ମାତ୍ର। ମହାପ୍ରଭୁଙ୍କ ଯଜ୍ଞ ପରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
Article Image
Article Image
Article Image
1