ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କେବେ ବଦଳିବ ଭିନ୍ନକ୍ଷମ ଭାଗୀରଥିଙ୍କ ଭାଗ୍ୟ।

ଏରସମା, 04/07/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଜାନକାଦେଇପୁର ପଞ୍ଚାୟତ ଦୁର୍ଗାପୁର ଗ୍ରାମର ଭିନ୍ନକ୍ଷମ ଭାଗିରଥି ଏକ ବ୍ୟାଟେରି ଚାଳିତ ଗାଡି ପାଇଁ ବିଧାୟକଙ୍କୁ ଆକୁଳ ନିବେଦନ କରିଛନ୍ତି।ଦୁଇ ପୁଅ ଓ ଧର୍ମ ପତ୍ନୀଙ୍କୁ ନେଇ ହସ ଖୁସିରେ ଭାଗିରଥି ମାଇତିଙ୍କ ପରିବାର ଚାଲିଥିଲା।ଗାଁ ଗଣ୍ଡାରେ ମୂଲ ମଜୁରୀ ଲାଗି ଭାଗିରଥି ନିଜ ପରିବାର ପ୍ରତିପୋଷଣ କରୁଥିଲେ।ହେଲେ ସହି ପାରିଲା ନାହିଁ ହଟିଆ ଦଇବ ୨୦୧୦ମସିହାରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଭାଗିରଥୀଙ୍କର ସ୍ମାଇନାଲ କଡ଼ ଭାଙ୍ଗି ଯାଇଥିଲା।ଏନେଇ ପରିବାର ପକ୍ଷରୁ ତାଙ୍କୁ କଟକ,ଭୁବନେଶ୍ୱରର ଅନେକ ମେଡିକାଲରେ ଚିକିତ୍ସିତ ହୋଇ ୭ଥର ଅପରେସନ ମଧ୍ୟ ହୋଇଛନ୍ତି।ଶେଷକୁ ଚାଲିବାକୁ ସେ ଅକ୍ଷମ ହୋଇପଡିଛନ୍ତି।ସତ ପ୍ରତିଶତ ଭିନ୍ନକ୍ଷମ ଥିବା ବେଳେ ଭିନ୍ନକ୍ଷମ ଭତ୍ତାରେ ପରିବାରର ତେଲ,ଲୁଣ ଚାଲିଛି।ଦୁଇ ପୁଅଙ୍କୁ ପାଠ ପଢାଇ ବାକୁ ଅର୍ଥ ବାଧକ ସାଜି ଥିବା ବେଳେ ଅନ୍ୟ ପଟେ ପରିବାରର ତେଲ ଲୁଣ ଅଭାବୀ ବୋଝ ଦ୍ୱିଗୁଣିତ କରୁଛି।ଭଙ୍ଗା ମୋଟର ସାଇକେଲକୁ ନେଇ ଭିନ୍ନକ୍ଷମ ଭାଗିରଥି ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ବେଳେ ଗାଡିର ତେଲ ଖର୍ଚ୍ଚ,ମରାମତି କରିବା କଷ୍ଟକର ହୋଇପଡୁଛି।ଏନେଇ ଭାଗିରଥି ମଙ୍ଗଳବାର ଦିନ ନିଜ ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କୁ ଭେଟି ସମସ୍ତ ଦୁଃଖ କୋହଭରା କଣ୍ଠରେ ବଖାଣିବା ସହିତ ଏକ ବ୍ୟୁଦୂତ ଚାଳିତ ତିନି ଚକିଆ ଗାଡି ଯୋଗାଇଦେବା ପାଇଁ ଆକୁଳ ନିବେଦନ କରିଛନ୍ତି।ଖୁବ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରତିଶୃତି ଦେଇଥିବା ଭାଗିରଥି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।
10