ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ଆଥେ ଲେଟିକ କ୍ଲବ ତରଫରୁ ପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ରେ କ୍ଲବ ପରିସରରେ ବୃକ୍ଷ ରୋପଣ

କୁଜଙ୍ଗ, 05/07/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ଆଥେ ଲେଟିକ କ୍ଲବ ତରଫରୁ କ୍ଲବ ପରିସରରେ ବୃକ୍ଷ ରୋପଣ, ଆଜିକାଲି ଦୁନିଆ ରେ ବୃକ୍ଷ ର ମହତ କେହି ବୁଝିପାରୁନଥିବା ସମୟ ରେ କୁଜଙ୍ଗ ଆଥେ ଲେଟିକ କ୍ଲବ ଏକ ନିଆରା କାମ କରି ଆଜିକା ଦିନରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି, ପାରାଦ୍ୱୀପ ଏକ ଓଡିଶା ର ବୃହତମ ବନ୍ଦର ନାମରେ ପରିଚିତ, ପାରାଦ୍ୱୀପ ରେ ବହୁତ ଛୋଟ ବଡ କମ୍ପାନୀ ଗଡି ଉଠୁଛି, ଯେତେବେଳେ ନୂଆ କମ୍ପାନୀ ପାରାଦ୍ୱୀପ ଆସୁଛି ପ୍ରଥମେ ସେ ବୃକ୍ଷ କୁ କାଟି ସଫା କରି ତାର କମ୍ପାନୀ କାମ ଆରଂଭ କରେ, କିନ୍ତୁ କମ୍ପାନୀ ଜାଣିବା ଦରକାର ବୃକ୍ଷ ହିଁ ଜୀବନ ଜଳ ଯେମିତି ମଣିଷ ର ଆବଶ୍ୟକ ସେମିତି ବୃକ୍ଷ ଆବଶ୍ୟକ, ବୃକ୍ଷ ନ ରହିଲେ ଆମ ଶରୀର ରେ ବହୁତ ବଡ ରୋଗ ମାନ ବଢିଚାଲିଛି, ଏ କଥା କେହି ବୁଝିବାକୁ ନାରାଜ କମ୍ପାନୀ ର ଯେଉଁ ବିଷାକ୍ତ ଗ୍ୟାସ ବାହାରୁଚି ତାହା ମଣିଷ ଶରୀର କୁ ରୋଗ ରେ ପକାଉଛି, କମ୍ପନୀ ଜାଣି ବି ତା କାମ କରିବାକୁ ଗଛ କାଟିବାକୁ ପଛାଉନାହିଁ, ଆଜିକା ଦିନରେ ଗଛ ଟି ଲଗେଇବାକୁ କେହି ଆଗେଇଆସୁନଥିବା ସମୟ ରେ କୁଜଙ୍ଗ ଆଥେ ଲେଟିକ କ୍ଲବ ର ସଭାପତି ଶ୍ରୀ ଦିଲ୍ଲୀପ କୁମାର ସାହୁ, ଉପସଭାପତି ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ, କାଯ୍ୟ କାରି ସଭାପତି ଶ୍ରୀ ଦେବେନ୍ଦ୍ର ନାରାୟଣ ରାଜଗୁରୁ, ସମ୍ପାଦକ ଶ୍ରୀ ରଜନୀକାନ୍ତ ଗୁରୁ, ସହ ସମ୍ପାଦକ ଶ୍ରୀ ବୈଷ୍ଣବ ଚରଣ ଦାସ, କ୍ରୀଡାସଂଯୋଜକ ଶ୍ରୀ ପ୍ରଦୁମ୍ନ ପଟ୍ଟନାୟକ, ସହ କ୍ରୀଡା ସଂଯୋଜକ ଶ୍ରୀ ବିଶ୍ଵନାଥ ମଲ୍ଲିକ ଙ୍କ ସହ ସବୁ କ୍ଲବ ମେମ୍ବର ମାନେ ସାହାଯ୍ୟ କରିଥିଲେ, ଏକ ବିରଳ ପ୍ରତିଶୃତି ବୋଧ ଭାବେ ଗଛ ଟେ ଲଗେଇବା ଜୀବନ ବଂଚେଇବା ଏକ ନାରା ଦେଇ ସମାଜ କୁ ବାର୍ତ୍ତା ଦେଇଛନ୍ତି
Article Image
Article Image
1