ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାହୁଡା ଯାତ୍ରା ଅନୁଷ୍ଠିତ

ଏରସମା, 05/07/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଗଡକୁଜଙ୍ଗର ପ୍ରଶିଦ୍ଧ ସୁଭଦ୍ରା କ୍ଷେତ୍ରରେ ବୁଧବାର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି।ସନ୍ଧ୍ୟାରେ କୁଞ୍ଜବିହାରୀ ମହାପ୍ରଭୁଙ୍କ ରଥ ସିଂହ ଦ୍ଵାରରେ ପହଞ୍ଚିଛନ୍ତି।ଆଜି ଅପରାହ୍ନରେ ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରାଯାଇଥିଲା।ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା।ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ କୁଞ୍ଜବିହାରୀଙ୍କ ରଥ ସିଂହ ଦ୍ଵାରରେ ପହଞ୍ଚିଛନ୍ତି ।ଆଜିର ବାହୁଡ଼ା ଯାତ୍ରାରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ପୀତବାସ ଗଚ୍ଛାୟତ, ବଳଭଦ୍ରଙ୍କ ବାଡଗ୍ରାହୀ ସଞ୍ଜୟ କୁମାର ମହାନ୍ତି,ଏରସମା ବ୍ଲକ ବିଜୁଜନତା ଦଳର ଯୁବ ଉପ ସଭାପତି ଲୋକନାଥ ରାଉତ,ପ୍ରମୁଖ ଯୋଗଦେଇ ଥିଲେ। ବାଲିତୁଠ ଆଦର୍ଶ କଳାବିକାଶ କେନ୍ଦ୍ରର କୁନିକୁନି କଳାକାର ମାନେ ଓଡିଶି ନୃତ୍ୟ ପରିବେଷଣ କରିଥିଲେ।ଅଭୟଚାନ୍ଦପୁର ଥାନା ଆଇ ଆଇ ସମୀର ରାଉତ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଇଥିଲା।ଆଜିର ଉତ୍ସବକୁ ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ବେହେରା, ସମ୍ପାଦକ ପିତାମ୍ବର ରାଉତ,ବିଷ୍ଣୁ ପ୍ରଧାନ, ଜଦୁନାଥ ଖଟୁଆ, ସମ୍ପଦ ବାରିକ,ସଞ୍ଜୟ ମହାପାତ୍ର,ବିଜୟ ଚାନ୍ଦ ନାୟକ,ପ୍ରକାଶ ଦାସ,ନଳିନୀ ବେହେରା,ତପନ ସାମଲ, ଭୋଳାନାଥ ସ୍ଵାଇଁ ଓ ମନୋଜ ମାଝି ପ୍ରମୁଖ ପରିଚାଳନା କରିଥିଲେ।
1