ଏରସମା, 05/07/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)

ଓଡ଼ିଆ ଲୋକକଳା ଓ ଲୋକସାହିତ୍ୟର ପଟ୍ଟପୁରୋଧା, ବାର୍ତ୍ତାବହ,ପ୍ରଚାରକ, ଓଡ଼ିଆ ପାଲା ଜଗତର ଭୀଷ୍ମ ପିତାମହ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଗାୟକ ଶେଖର ଶ୍ରୀଯୁକ୍ତ ଜଗନ୍ନାଥ ବେହେରାଙ୍କ ବାଲିଘର ତରଫରୁ ମା ଉତ୍ତେରେଶ୍ୱରିଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୦ ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ ହୋଇଅଛି।ଯାହାଙ୍କର ଜନ୍ମ ପବିତ୍ର ବାହୁଡା଼ ଦଶମୀରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ପଞ୍ଚାୟତ ର କଟିଯଙ୍ଗା ଗ୍ରାମରେ ହୋଇଥିଲା ।ଖାଲି ଆମ ଓଡ଼ିଶାରେ ନୁହେଁ ସମଗ୍ର ଭାରତ ବର୍ଷରେ ଓଡ଼ିଆ,ବଙ୍ଗଳା,ସଂସ୍କୃତ ଓ ଇଂରାଜୀ ଭାଷାରେ ମଧ୍ୟ ପାଲା ପରିବେଷଣ କରି ଗାୟକ ଶେଖର ଉପାଧି ପାଇଥିଲେ। ପରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ପାଟିଲଙ୍କଠାରୁ ୨୦୦୯ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର/ ତାମ୍ରଫଳକ ପ୍ରଶସ୍ତିପତ୍ର ଗ୍ରହଣ ଠାରୁ ପୁରସ୍କୃତ ମଧ୍ୟ ହୋଇଥିଲେ।ପରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀଙ୍କଠାରୁ ତା.୦୨.୧୦.୨୦୧୬ରିଖରେ ବୟଜ୍ୟେଷ୍ଠ ନାଗରିକ ସମ୍ମାନ ଗ୍ରହଣ କରିଥିଲେ।ଏହି ଜନ୍ମ ଦିନରେ ତାଙ୍କୁ ସମ୍ବର୍ଦ୍ଧନା, ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇବା ପାଇଁ କୈଳାଶ ଚନ୍ଦ୍ର ସ୍ଵାଇଁ ଙ୍କ ତତ୍ତ୍ୱବଧାନରେ ବାଲିଘର ତରଫରୁ ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଇବ୍ରିଶିଂ ପଂଚାୟତ ସ୍ଥିତ ମା ଉତ୍ତରେଶ୍ୱରି ଙ୍କ ମନ୍ଦିର ପ୍ରାଙ୍ଗଣରେ ଏହି ମହାନ୍ ବ୍ୟକ୍ତିଙ୍କର ଜନ୍ମ ଦିବସ ପାଳନ କରାଯାଇଅଛି।ଉକ୍ତ ଦିବସରେ ଅନେକ ପାଲା ଗାୟକ, ସାହିତ୍ୟିକ, କଳାପ୍ରେମି,ସାହିତ୍ୟ ପ୍ରେମୀ ମାନେ ଉପସ୍ଥିତି ରହି ଏହି ପାଲା ଜଗତର ପିତାମହ ଭୀଷ୍ମଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଦୀର୍ଘାୟୁ କାମନା କରିଥିଲେ। ସାମ୍ୟବାଦୀ ନେତା ଶଶି ଭୂଷଣ ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ।

