ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପବିତ୍ର ରଥଯାତ୍ରା ଉପଲକ୍ଷେ କଳିଙ୍ଗ ମହିଳା ଶକ୍ତି ପକ୍ଷରୁ ସଫେଇ କାର୍ଯ୍ୟ ଅନୁଷ୍ଠିତ।

ପାରାଦ୍ୱୀପ, 05/07/2025, ଉତ୍କଳ voice news - utkalvoicenews.com
Article Image
ପାରାଦ୍ୱୀପରେ ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଳନ ଅବସରରେ ଜିଲ୍ଲାର ଅଗ୍ରଣୀ ମହିଳା ସ୍ୱେଚ୍ଛାସେବୀ ସଂଗଠନ କଳିଙ୍ଗ ମହିଳା ଶକ୍ତି ପକ୍ଷରୁ ସମୂହ ସଫେଇ କାର୍ଯ୍ୟକ୍ରମ କରାଯାଇଛି।କଳିଙ୍ଗ ମହିଳା ଶକ୍ତି ସଭାପତି ମନୋରମା ଖଟୁଆଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀ ମହାପ୍ରଭୁଙ୍କ ବଡଦାଣ୍ଡ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ସଫେଇ କାର୍ଯ୍ୟ କରାଯାଇ ଥିଲା। ଶ୍ରୀଗୁଣ୍ଡିଚା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ମନ୍ଦିର ପରିସର ଓ ବଡଦାଣ୍ଡକୁ ପରିଷ୍କାର ପରିଚ୍ଛନ୍ନ କରିବା ସହିତ, ସ୍ୱାସ୍ଥ୍ୟ ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ସାଧାରଣ ଲୋକ ମାନଙ୍କୁ ସଚେତନ କରାଯାଇ ଥିଲା।ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ,ପଲିଥିନ ବ୍ୟବହାର ବନ୍ଦ କରିବା, ହଇଜା ଭଳି ମହାମାରୀ ରୋଗ ଠାରୁ ଦୂରେଇ ରହିବା ପାଇଁ ବିଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ସଚେତନ କରାଯାଇ ଥିଲା।ଏହି କାର୍ଯ୍ୟରେ କଳିଙ୍ଗ ମହିଳା ଶକ୍ତି ଉପଦେଷ୍ଟା ଗଦାଧର ମହାନ୍ତି, ରବୀନ୍ଦ୍ର ମଲ୍ଲିକ,କମଳା ଓଝା, କଲ୍ୟାଣି ସ୍ୱାଇଁ, ଉର୍ମିଳା ସାହୁ, ଲକ୍ଷ୍ମୀ ପ୍ରିୟା ସାହୁ, ପ୍ରମିଳା ଗୋଛାୟାତ ପ୍ରମୁଖ ଯୋଗ ଦେଇ ସେବା କାର୍ଯ୍ୟ ନିର୍ବାହ କରିଥିଲେ।
Article Image
Article Image
1