ଉତ୍କଳ voice news - utkalvoicenews.com
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
ଏରସମା ରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ,ହଜାର ହଜାର ଭକ୍ତଙ୍କ ସମଗୋମ ବଡ଼ଦାଣ୍ଡରେ।
ଏରସମା, 05/07/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :
ଆଜି ହେଉଛି ପବିତ୍ର ବାହୁଡା଼ ରଥଯାତ୍ରା। ମହାପ୍ରଭୂ ନିଜ ଜନ୍ମ ବେଦୀରେ ନଅ ଦିନ ଧରି ରହି ଆଜି ଫେରୁଛନ୍ତି ଶ୍ରୀମନ୍ଦିର କୁ।ସମଗ୍ର ଓଡ଼ିଶା ରେ ପାଳନ ହେଉଥିବାବେଳେ ଜଗତସିଂହପୁର ଜିଲ୍ଲା ଏରସମା ରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ବାହୁଡା଼ ରଥଯାତ୍ରା "ଜଗନ୍ନାଥ ମନ୍ଦିର କମିଟି ଏରସମା" ତରଫରୁ ମହାସମାରୋହରେ ଅନୁଷ୍ଠିତ ହୋଇଛି।ଦୀର୍ଘ ପ୍ରାୟ ୮୩ ବର୍ଷ ର ଏହି ପରମ୍ପରା କୁ ଅଞ୍ଚଳ ବାସି ଧୁମଧାମ ରେ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିଆସୁଛନ୍ତି। ଆଜି ସକାଳେ ମହାପ୍ରଭୁଙ୍କ ପାରମ୍ପାରିକ ରୀତିନୀତି ପରେ, ରଥ ପ୍ରତିଷ୍ଠା ଓ ପହଣ୍ଡି କାର୍ଯ୍ୟ କରାଯାଇଥିଲା। ସର୍ବ ପ୍ରଥମେ ଚତୁ୍ଦ୍ଧାମୂର୍ତ୍ତିଙ୍କ ପୂଜା ଅର୍ଚ୍ଚନା ପରେ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା ।ରାଜା ନିରଞ୍ଜନ ଦାସ ରଥରେ ଛେରା ପହଁରା କରିଥିଲେ। ଏହା ପରେ ରଥଟଣା ପର୍ବ ଆରମ୍ଭ ହୋଇଥିଲା ଭକ୍ତମାନେ ଅତି ଆନନ୍ଦର ସହିତ ମହାପ୍ରଭୁଙ୍କର ରଥକୁ ବଡ଼ଦାଣ୍ଡରେ ଗୁଣ୍ଡିଚା ମନ୍ଦିରରୁ ଟାଣି ଟାଣି ଶ୍ରୀମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ଅଧ ବାଟରେ କିଛି ସମୟ ମାଉସୀ ମାଙ୍କ ଘର ନିକଟରେ ରଥ ରହିଯାଇଥିଲା ମାଉସୀ ମା ହାତରୁ ମହାପ୍ରଭୂ ପୋଡ଼ା ପିଠା ଖାଇ ଆନନ୍ଦରେ ମହାପ୍ରଭୂ ନିଜ ମନ୍ଦିର କୁ ଫେରିଥିଲେ। ବାଲିକୁଦା ଏରସମା ର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା, ଓ ବିଜେପି ନେତା ସତ୍ୟ ସାରଥୀ ମହାନ୍ତି ରଥ ଉପରେ ଚତୁ୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ। ହଜାର ହଜାର ଭକ୍ତମାନଙ୍କ ସମାଗୋମ ଏରସମା ବଡ଼ ଦାଣ୍ଡରେ ଦେଖିବାକୁ ମିଳିଥିଲା ।ହରିବୋଲ ହୁଳ ହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଉଠୁଥିଲା ବଡ଼ଦାଣ୍ଡ।ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।
1