ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଥାଇଳ ଓ ତଣ୍ଡିକୁଳ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଏରସମା, 15/01/2025, ଉତ୍କଳ voice news - utkalvoicenews.comବାଲିକୁଦା ବ୍ଲକର ଥାଇଳ ଓ ତଣ୍ଡିକୁଳ ଦୁଇ ଗ୍ରାମପଞ୍ଚାୟତରେ କାର୍ଯ୍ୟ କରୁଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ବୈରାଗୀ ଚରଣ ସେଠୀଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଥାଇଲୋ ପଞ୍ଚାୟତ ପରିସରରେ ଦିଆଯାଇଛି ।
Article Image
ଏହି ସମ୍ବର୍ଦ୍ଧନା ଉତ୍ସବରେ ଥାଇଳ ପଞ୍ଚାୟତ ସରପଞ୍ଚ ସରୋଜିନୀ ଦେଠୀ, ସମିତିସଭ୍ୟା ଜୟଶ୍ରୀ ଦର୍ପଦଳିନୀ ମଲ୍ଲିକ ଓ ତଣ୍ଡିକୁଳ ସରପଞ୍ଚ ସୁପ୍ରିୟା ଦାସ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଅବସର ନେଉଥିବା ଶ୍ରୀ ସେଠୀ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଶ୍ରୀ ସେଠୀଙ୍କର ଏହି ଦୁଇ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ସୁଚାରୁ ରୂପେ କାର୍ଯ୍ୟ କରି ଦୁଇ ପଞ୍ଚାୟତର ଜନସାଧାରଣଙ୍କର ଶ୍ରେୟ ପାତ୍ର ହୋଇଥିଲେ ବୋଲି ଉପସ୍ଥିତ ଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
1