ଢେ଼ଙ୍କାନାଳ, 05/07/2025, ଉତ୍କଳ voice news - utkalvoicenews.com
ଆଜି ଢେ଼ଙ୍କାନାଳ ବାହୁଡ଼ା ଯାତ୍ରା ନିତିକାନ୍ତି ପାଳିତ ହେଇ ଯାଇଛି । ଜଗନ୍ନାଥ୍ ଙ୍କୁ ପହଣ୍ଡି ବେଶ କରାଯାଇ l ମଙ୍ଗଳା ଅର୍ପଣ ପୂଜା କରାଯାଇଥିଲା। ମଧ୍ୟାହ୍ନ ୧୨ଟା ୪୦ ମିନିଟ ସମୟରେ ଯୁବରାଜ ଆମର ଯୋତି ସିଂଦେଓ ପହଣ୍ଡି ଆରମ୍ଭ କରାଯାଇଥିଲା । ରଥ ଉପରେ ୧ଘଟିକା ୪୮ମିନିଟ ସମୟରେ ପହଣ୍ଡି ଶେଷ ହୋଇଥିଲା । ରଥରେ ଯୁବରାଜ ଆମର ଯୋତି ସିଂଦେଓ ଛେରା ପହଁରା କରିଥିଲେ । ୨ଘଟିକା୪୮ ମିନିଟ ସମୟରେ ରଥ ଟଣା ହୋଇଥିଲା । ବଡ଼ ରଥକୁ ପୁରୁଷ ମାନେ ଓ ଛୋଟ ରଥ କୁ ମହିଳା ମାନେ ଗଣେଶ ବଜାର ସ୍ଥିତ ରଥାଗଡା ଠାରେ ୫ଟା୪୮ ପହଞ୍ଚି ଥିଲା ଓ ସାନ ରଥ ୬ଟା ୩୮ ମିନିଟ ସମୟରେ ପହଞ୍ଚି ଥିଲା। ।ଏହି ପହଣ୍ଡି ରେ ଉପ ଜିଲ୍ଲାପାଳ ବିଭୁଦ ଗଡନାୟକ ଦବତ୍ରୟ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ମନ୍ଦିର ର ଜିମା ଦାର ଶ୍ୟାସୁନ୍ଦର ପାଣିଗ୍ରାହି , ପୂଜକ ମନସୁମନ୍ ମିଶ୍ର,ପୂଜକ ମଳୟ କର ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମହାପାତ୍ର,ବାବାଜୀ ମହାପାତ୍ର, କାହାଳୀ ଟିକନ ବେହେରା,ଓ ପୋଲିସ ପ୍ରଶାସନ ମିଳିତ ସହଯୋଗ ରେ ଏହି ବାହୁଡ଼ା ଯାତ୍ରା ସଫଳ ହୋଇଛି।