ତାଳଦଣ୍ଡା, 05/07/2025, ଉତ୍କଳ voice news - utkalvoicenews.com
କୁଜଙ୍ଗ ବ୍ଲକ ମଲ୍ଲାସାହି ପଞ୍ଚାୟତ ଅନ୍ତର୍ଗତ ତାଳଦଣ୍ଡା ଗ୍ରାମ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି।ଆଜି ସକାଳେ ମହାପ୍ରଭୁଙ୍କ ପାରମ୍ପାରିକ ନୀତିକାନ୍ତି ମୁତାବକ ମଙ୍ଗଳ ଆଳତି ,ମଇଲମ ,ତଡପଲାଗି ,ରୋଷହୋମ ,ଅବକାଶ ,ସୂର୍ଯ୍ୟ ପୂଜା ,ଦ୍ୱାରପାଳ ପୂଜା ,ଗୋପାଳବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହେବା ପରେ ୨ଟାରୁ ପହଣ୍ଡି ହୋଇ ଚତୁର୍ଦ୍ଧା ବିଗ୍ରହ ରଥ ଉପରେ ବିରାଜମାନ କରିଥିଲେ। ରାଜା ଗୋପାଳ ମହାପ୍ରଭୁ ରଥରେ ଛେରା ପହଁରା କରିଥିଲେ।ଏହା ପରେ ରଥଟଣା ପର୍ବ ଆରମ୍ଭ ହୋଇଥିଲା। ତିନୋଟି ରଥ ସହିତ ଆଉ ଏକ ବଳିଆ ରଥ ଟଣାଯାଇ ଥିଲା।ସନ୍ଧ୍ୟାରେ ତାଳଦଣ୍ଡା ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରରେ ରଥ ପହଞ୍ଚିଛି ଥିଲା। ବ୍ରହ୍ମ ଜଗନ୍ନାଥ ମିଶନ ଟ୍ରଷ୍ଟ ମୁଖ୍ୟ କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲିଙ୍କ ସହିତ ଟ୍ରଷ୍ଟର ସମସ୍ତ ସଭ୍ୟ ଓ ତାଳଦଣ୍ଡା ଗ୍ରାମବାସୀମାନେ ଉପସ୍ଥିତ ରହି ଉତ୍ସବ ପରିଚାଳନା କରିଥିଲେ।ପରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ସମସ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।