ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୋଇଡା. ରେ ବାହୁଡା଼

ନୋଇଡା, 05/07/2025, ଉତ୍କଳ voice news - utkalvoicenews.com(ନୋଇଡା ରୁ ସରୋଜ ସେଠୀଙ୍କ ରିପୋର୍ଟ) :
Article Image
ଓଡିଶା ର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଆଜି କେବଳ ଓଡିଶା ରେ ସୀମିତ ହୋଇ ରହିନାହିଁ. ଜଗତର ନାଥ ଜଗନ୍ନାଥ ଙ୍କ ଅପାର କରୁଣାରୁ ଏହା ଓଡିଶା ବାହାରେ ଏମିତିକି ଭାରତ ବାହାରେ ମଧ୍ୟ ଜଗନ୍ନାଥ ପ୍ରେମୀଙ୍କୁ ଜଗା ତାର ରଥଦୌଡ଼ି ରେ ବାନ୍ଧି ରଖିଛି. ଆଜି ପବିତ୍ର ବାହୁଡା଼ ଯାତ୍ରା ରେ 5000 ରୁ ଅଧିକ ଭକ୍ତ ଏକତ୍ରିତ ହୋଇଥିଲେ ନୋଇଡା ସେକ୍ଟର ୧୦୧ ରେ ଥିବା ଜଗନ୍ନାଥ ଙ୍କ ରଥ ପାଖରେ। ଜଗନ୍ନାଥ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି ମନ୍ଦିର ରେ ରଥ ପହଂଚିବା ପରେ ହଜାର ହଜାର ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇ ଥିଲା.
Article Image
ଏ ଅଞ୍ଚଳ ର ଲୋକମାନଙ୍କ ସହଯୋଗ ଓ ଅନୁଦାନ ଯୋଗୁ ଏ ସବୁ ସମ୍ଭବ ହୋଇଛି. ବିଶେଷ କରି ଜଗନ୍ନାଥ ସେବା ଟ୍ରଷ୍ଟ ର ସମସ୍ତ ସଭ୍ୟ।, ସଭାପତି ଶ୍ରୀଯୁକ୍ତ ଅତନୁ ଦାଶ. ସମ୍ପାଦକ ମୃତ୍ୟୁଞ୍ଜୟ ସାମନ୍ତରା. କୋଷାଧକ୍ଷ ମାନସ ନାୟକ. ଚିତ୍ତରଞ୍ଜନ ଶତପଥୀ ସୁକାନ୍ତ ମହାନ୍ତି. ସୁବ୍ରତ ଦାଶ. ସୁରେନ୍ଦ୍ର ସାହୁ. ଅମୀୟ ସାହାଣୀ. ଜୟ ପ୍ରକାଶ ମିଶ୍ର. ରଶ୍ମି ରଞ୍ଜନ ନାୟକ ( ରଥ ର ରାଜା) ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ନୋଇଡା ରେ ରଥଯାତ୍ରା ଓ ପ୍ରସାଦ ସେବନ ସମ୍ଭବ ହୋଇ ପାରିଛି
1