ରାହାମା, 06/07/2025, ଉତ୍କଳ voice news - utkalvoicenews.com(କୁଜଙ୍ଗ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ)

ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି, ଏହି ଫେରନ୍ତା ଯାତ୍ରା କୁ ବାହୁଡ଼ା ଯାତ୍ରା କୁହାଯାଏ। ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବଣିଜ୍ୟକେନ୍ଦ୍ର ରାହାମାରେ ଶ୍ରୀଶ୍ରୀ ମଦନ ମୋହନ ଜୀଉଙ୍କ ବାହୁଡା଼ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ ୪୩ ବର୍ଷ ଧରି ଏହି ରଥଯାତ୍ରା ମହା ସମାରୋହରେ ପାଳିତ ହୋଇଆସୁଛି। ବାହୁଡା଼ ଯାତ୍ରା ରେ ମାନ୍ୟବର ଶିଳ୍ପ, ଦକ୍ଷତା, ବିକାଶ ଓ ବୈଷୟିକ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ। ଚଳିତ ବର୍ଷ ଠାକୁର ରାଜାଭାବେ ତିନି ରଥରେ ଛେରା ପହରା କରିଥିଲେ ମଣ୍ଡଳ ଉନ୍ନୟନ ଅଧିକାରୀ କୁଜଙ୍ଗ ର ଶ୍ରୀଯୁକ୍ତ ଦୀପକ ପ୍ରସାଦ ସ୍ୱାଇଁ ମହୋଦୟ। ଏହି ରଥଯାତ୍ରାକୁ ଶୃଙ୍ଖଳିତ କରିବାପାଇଁ ତିର୍ତ୍ତୋଲ ପୋଲିସ ପ୍ରଶାସନ ଆରକ୍ଷୀ ଅଧିକାରୀ ପ୍ରଦୀପ କୁମାର ସେଠି ଙ୍କ ସହିତ ସମସ୍ତ ଦଳର ସ୍ବେଛାସେବୀ ଭାଇମାନେ ଙ୍କ ସହଯୋଗ ରହିଥିଲା। ଆଜିର ଏହି ବାହୁଡ଼ାଯାତ୍ରା ରେ ହଜାର ହଜାର ସଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଯାହା ପ୍ରଥମ ଥର କରି କୋଡିଏ ହଜାର ରୁ ଉର୍ଦ୍ଧ ଜନସମାଗମ ସମସ୍ତଙ୍କୁ ଚକିତ କରିଥିଲା।ଶ୍ରୀ ଶ୍ରୀ ଦଧିବାମନ ଜୀଉ ଶ୍ରୀ ଶ୍ରୀ ମଦନ ମୋହନ ଜୀଉ ମଠ ପରିଚାଳନା ପରିଷଦ ସଭାପତି ରବିନାରାୟଣ ସାହୁ, ସମ୍ପାଦକ ଡ଼କ୍ଟର ସୁନାକର ବେହେରା,କୋଷାଧକ୍ଷ ଭିକାରି ଚରଣ ସେନାପତି, ଉପ କୋଷାଧକ୍ଷ ଶରତ କୁମାର ସାହୁ, ବଜାର କମିଟି ରାହାମା ସଭାପତି ଶିଶିର କୁମାର ଦାସ,ସମ୍ପାଦକ ପ୍ରଶାନ୍ତ କୁମାର ସାହୁ,ରଶ୍ମି କାନ୍ତ ଦାସ,ମନୋହର ସ୍ୱାଇଁ,ଲଷ୍ମୀଧର ସାହୁ, ପ୍ରଦୀପ କୁମାର ସାହୁ,ରାହାମା ଅଞ୍ଚଳର ଯୁବ ସଂଗଠନ ପ୍ରତାପ କୁମାର ଦାସ, କାର୍ତ୍ତିକ ଚନ୍ଦ୍ର ସାହୁ,ରଜତ କୁମାର ନନ୍ଦୀ,ସୌଭାଗ୍ୟ ନାୟକ, ବିପିନ କୁମାର ବରାଳ,ସୁଲେଖ ବେହେରା,ସରୋଜ ଦାସ, ରଞ୍ଜନ କୁମାର ପ୍ରଧାନ, ସମାଜ ସେବୀ ପ୍ରସନ୍ନ କୁମାର ସ୍ୱାଇଁ, ଜିତେନ୍ଦ୍ର ସ୍ୱାଇଁ,ସାମ୍ବାଦିକ ମନୋଜ କୁମାର ଜେନା, ମିଡ଼ିଆ ସଂଯୋଜକ ଦେବାଶିଷ ଅକ୍ଷୟ କୁମାର ମହାନ୍ତି,ଚନ୍ଦ୍ରକାନ୍ତ ବାରିକ,ବିନୋଦ କୁମାର ବରାଳ, ମନୋଜ କୁମାର ସାହୁ,ଦୀପକ କୁମାର ମହାନ୍ତି, ଦୁର୍ଯ୍ୟୋଧନ ପାତ୍ର, ଦଧିବାମନ ଜୀଉ ମୁଖ୍ୟ ପୂଜକ ତପନ କୁମାର ପତି, ବ୍ରାହ୍ମଣ ଶ୍ରଦ୍ଧାଳୁ ଭକ୍ତ ମାନେ ଇତ୍ୟାଦି ଉପସ୍ଥିତ ରହି ବାହୁଡା଼ ଯାତ୍ରା କୁ ସୁପରିଚାଳନା କରିଥିଲେ।


