ଏରସମା, 06/07/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :
ଜଗତସିଂହପୁର ଜିଲ୍ଲା ଏରସମା ସ୍ଥିତ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ତରଫରୁ ଏରସମା ଜଗନ୍ନାଥ ମନ୍ଦିର ରଥଯାତ୍ରା ସମ୍ମୁଖରେ ଭକ୍ତମାନଙ୍କ ପାଇଁ ଖେଚୁଡ଼ି ପ୍ରସାଦ ବଣ୍ଟନ ଶ୍ରୀଗୁଣ୍ଡିଚା ଦିନ ସଭାପତି ଅମୁଲ୍ୟ ବିଶ୍ୱାଳ ଓ କାର୍ଯ୍ୟକାରୀ ସଭାପତି ଜ୍ୟୋତି ରଞ୍ଜନ କୁଅଁର ଙ୍କ ତତ୍ତ୍ଵାବଧାନରେ ପ୍ରସାଦ ବଣ୍ଟନ କରାଯାଇଥିଲା ବେଳେ ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ପୁଣି ଥରେ ମହାପ୍ରଭୁଙ୍କର ବାହୁଡା଼ ଯାତ୍ରା ଦିନ ୧୫୦୦ ଭକ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ ମହାପ୍ରଭୁଙ୍କ ରଥ ସମ୍ମୁଖରେ କରାଯାଇଅଛି। ଜଗନ୍ନାଥ ସାଂସ୍କୃତିକ ମଞ୍ଚର ସମସ୍ତ ମେମ୍ବର ଉପସ୍ଥିତି ରହି ଶାନ୍ତି ଶୃଙ୍ଖଳା ସହିତ ଏହି କାର୍ଯ୍ୟ ତୁଲାଇଥିଲେ ।
ଏହି ପକ୍ରୀୟା ଆଗାମୀ ବର୍ଷ ମହାପ୍ରଭୁଂକ ଘୋଷ ଯାତ୍ରାରେ ଭକ୍ତଙ୍କ ସେବା ନିମନ୍ତେ ପ୍ରସାଦ ବଣ୍ଟନ ଜାରିରହିବ ବୋଲି ସଭାପତି ଅମୁଲ୍ୟ ବିଶ୍ୱାଳ ଓ କାର୍ଯ୍ୟକାରୀ ସଭାପତି ଜ୍ୟୋତି ରଞ୍ଜନ କୁଅଁର ଙ୍କ ସହିତ ଜଗନ୍ନାଥ ସାଂସ୍କୃତିକ ମଞ୍ଚର ସମସ୍ତେ ମେମ୍ବର ପ୍ରକାଶ କରିଛନ୍ତି।ଏହି ପବିତ୍ର ବାହୁଡା଼ ଯାତ୍ରା ରେ ଭକ୍ତମାନଙ୍କ ସେବା କୁ ମହାପ୍ରଭୁଂକ ସେବା ବୋଲି ଭାବି ସମସ୍ତ ମେମ୍ବର ଅତି ଆନନ୍ଦରେ କାର୍ଯ୍ୟ ତୁଲାଇଥିଲେ।