ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ଉଦଘାଟିତ

ଏରସମା, 15/01/2025, ଉତ୍କଳ voice news - utkalvoicenews.comବାଲିକୁଦା ବ୍ଲକ ଅନ୍ତର୍ଗତ ବୋରିକିନା ସ୍ଥିତ ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ବାଳିକା ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Article Image
ଏହି କାର୍ଯ୍ୟକ୍ରମକୁ ପ୍ରିନ୍ସିପାଲ ଲତିକା ଷଢଙ୍ଗୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅଧ୍ୟାପକ ଦିଲ୍ଲୀପ କୁମାର ନନ୍ଦ ମଙ୍ଗଳାଚରଣ ଗାନ କରିଥିଲେ । ପୋଗ୍ରାମ ଅଫିସର ଅଜୟ କୁମାର ଭୋଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ପ୍ରିନ୍ସିପାଲ ମହୋଦୟା ଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଶକ୍ତ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ବସନ୍ତ କୁମାର ସ୍ୱାଇଁ, ଦିଲ୍ଲୀପ କୁମାର ମହାନ୍ତି, ବିଘ୍ନରାଜ ନାୟକ, ଡଃ. ଅକ୍ଷୟ କୁମାର ଜେନା, ଶିଶିର କୁମାର ଦାଶ, ପ୍ରଶାନ୍ତ କୁମାର ବେହେରା, ଚିତ୍ତରଞ୍ଜନ ବେହେରା ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ଉପାଦେୟତା ବିଷୟରେ ବୁଝାଇଥିଲେ । ମାଷ୍ଟର ଟ୍ରେନର୍ ଶ୍ରାବଣୀ ପ୍ରିୟଦର୍ଶିନୀ ନାୟକ ଓ ପୂଜା ସ୍ୱାଇଁ ଉପସ୍ଥିତ ରହି ପିଲା ମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଇଥିଲେ । ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୬୨ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ୨୪ ଜାନୁଆରୀ ପର୍ଯ୍ୟନ୍ତ ଚାଲୁ ରହିବ ।
8