ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରଥ ଉପରେ ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି

ବୁଗୁଡ଼ା, 06/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ରବିବାର ଆଷାଢ ଶୁକ୍ଲ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ବା ବଡ଼ତଢାଉ ବେଶ ଅନୁଷ୍ଠିତ ହୋଇଯାଇଛି । ରଥ ଉପରେ ବିଶ୍ବନିୟନ୍ତାଙ୍କୁ ଆକର୍ଷଣୀୟ ସୁନାବେଶରେ ଶ୍ରଦ୍ଧାଳୁ ଦେଖିଥିଲେ । ଅନ୍ୟପକ୍ଷରେ ସୁନାବେଶ ଲାଗି ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା।ତେବେ ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଢାଉ ବେଶ ମଧ୍ୟ କୁହାଯାଏ । ଠାକୁରଙ୍କ ଯାବତୀୟ ନୀତିକାନ୍ତି ସମ୍ପନ୍ନ ପରେ ଭକ୍ତଙ୍କୁ ଦର୍ଶନର ସୁଯୋଗ ଦିଆଯାଇଥିଲା । ବହୁବିଧ ଅଳଙ୍କାରେ ବିଭୂଷିତ ବିଶ୍ବନିୟନ୍ତାଙ୍କ ଏହି ଅପୂର୍ବ ବେଶ ଦର୍ଶନ ପାଇଁ ବୁଗୁଡ଼ା ବଡ଼ଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ପରି ଠାକୁରଙ୍କ ସୁନାବେଶ ବେଶ କାର୍ଯ୍ୟକ୍ରମ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା ।
1