ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରଥ ଉପରେ ହରି ଶୟନ ବଡ଼ ଏକାଦଶୀ ନୀତି ପାଳିତ

ଢ଼େଙ୍କାନାଳ, 06/07/2025, ଉତ୍କଳ voice news - utkalvoicenews.com
Article Image
ଗଣେଶ ବଜାର ସ୍ଥିତ ରଥ ଗଡ଼ା ଠାରେ ରଥ ଖଳା ଠାରେ ରଥ ଉପରେ ହରି ଶୟନ ବଡ଼ ଏକାଦଶୀ ନୀତି ପାଳିତ ହୋଇଥିଲା। ରଥ ଉପରେ ଜଗନ୍ନାଥ ଙ୍କୁ ନୂତନ ବସ୍ତ୍ର, ତୁଳସୀ ହାର, ଫୁଲ ହାର, ସୁନା ଗହଣା ମୁକୁଟ, ଶ୍ରୀ ଭୁଜ, ଶଙ୍ଖ, ଚକ୍ର, କମରପଟି, ଶ୍ରୀ ପୟର ଆଦି ଅଳଙ୍କାର ଲାଗି କରାଯାଇଥିଲା। ରାଜ ପରିବାର ପକ୍ଷ ଯୁବରାଜ ଅମରଜ୍ୟୋତି ସିଂ ଦେଓ ପୂଜା ଅର୍ଚ୍ଚନା କରିଥିଲେ। ରାଜ ପୁରୋଧା ପଞ୍ଚାନନ ମିଶ୍ର, ମନ୍ଦିର ପୂଜକ ଭାଗୀରଥି ପଣ୍ଡା, ମନସୁମନ୍ ମିଶ୍ର, ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବାବାଜୀ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ କନ୍,ଉପ ଜିଲାପାଳ ବିଭୁଦ ଗଡ଼ନାୟକ,ଦେବୋତର ନୀରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ମନ୍ଦିର ର ଜୀମାଦର୍ ଶ୍ୟାମ ସୁନ୍ଦର ପାଣଗ୍ରାହୀଙ୍କ ଉପସ୍ଥିତି ରେ ଏହି ସୁନା ବେଶ ଅନୁଷ୍ଠିତ ହୋଇଥିଲା।
9