ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବନମହୋତ୍ସବ ଅବସରରେ ଚାରା ରୋପଣ

ଏରସମା, 06/07/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଗଡକୁଜଙ୍ଗ ପଞ୍ଚାୟତ ମା ସାତ ଭଉଣୀ ଗ୍ରାମଦେବତୀ ମନ୍ଦିର ନିକଟରେ ୭୬ତମ ବନ ମହୋତ୍ସବ ଅବସରରେ ବନୀକରଣ କରାଯାଇଛି ।ଓଡିଶା ସରକାରଙ୍କ ବନ ବିଭାଗ ପକ୍ଷରୁ ଗଡକୁଜଙ୍ଗର ଗ୍ରାମଦେବତୀ ନିକଟରେ ଝାଉଁ,ବଉଳ,ଅଁଳା,ଶିଶୁ,ଅର୍ଜୁନ,ସିରିସ,କୃଷ୍ଣ ଚୁଡା,ରାଧା ଚୁଡା ଆଦି ଚାରା ରୋପଣ କରାଯାଇଛି । ବନ ମହୋତ୍ସବର ଏହି ବନୀକରଣ କାର୍ଯ୍ୟକ୍ରମରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା , ଏରସମା ବ୍ଲକ ଯୁବ ବିଜୁଜନତା ଦଳର ଉପସଭାପତି ଲୋକନାଥ ରାଉତ,ଗଡକୁଜଙ୍ଗ ସରପଞ୍ଚ କବିତା ଦାସ,ସମିତି ସଭ୍ୟ ତପନ ସାମଲ,ଜେ ଏସ ଡବ୍ଲୁ ର ବରିଷ୍ଠ ଅଧିକାରୀ ,ବିଷ୍ଣୁ ପ୍ରଧାନ, ନଳିନୀକାନ୍ତ ବେହେରା,ସମ୍ପଦ ବାରିକ,ବିଜୟ ଚାନ୍ଦ ନାୟକ,ସଞ୍ଜୟ ମହାପାତ୍ର, ପ୍ରକାଶ ଦାସ,ସୁବାସ ବେହେରା, ଡ଼ ତାମିଲ ପ୍ରଧାନ,ସୁରେନ୍ଦ୍ର ମହାନ୍ତି,ରସା ନନ୍ଦ ବେହେରା ,ବନ ବିଭାଗ ପକ୍ଷରୁ କୁଜଙ୍ଗ ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ଡେଇ,ଫରେଷ୍ଟର ରାଜେଶ ପଟ୍ଟନାୟକ, ପଦ୍ମନାଭ ରାଉତ,ଓୟାଚର ବାବୁଲି ସେଠୀ, ବସନ୍ତ ନାୟକ,ଅତିଶ ସ୍ୱାଇଁ ଉପସ୍ଥିତ ରହି ଗ୍ରାମବାସୀ ଙ୍କ ସହଯୋଗରେ ୨୨୦ ଚାରା ରୋପଣ କରିଥିଲେ ।ଗଡ଼କୁଜଙ୍ଗ ପଞ୍ଚାୟତର ଏମ୍ବିକେ,ସିଆରପି ମହିଳା ମାନେ ସହଯୋଗ କରିଥିଲେ ।
Article Image
1