ଏରସମା, 07/07/2025, ଉତ୍କଳ voice news - utkalvoicenews.com
ଏରସମା ଦେଓ୍ବନୀ ତଥା ବିଚାର ବିଭାଗ ଅଦାଲତର ତାଲୁକ୍ ଲିଗାଲ ସର୍ଭିସ୍ କମିଟି ଆନୁକୂଲ୍ୟରେ ଏରସମା ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଦାଲତର ବିଚାରପତି ଶ୍ରୀମତୀ ରୋଶନୀବାଳା ସେନାପତି ଚାରା ରୋପଣ କାର୍ଯ୍ୟକ୍ରମରେ ଶୁଭ ଉଦ୍ଘାଟନ କରିଥିଲେ। ଏରସମା ବାର ଆସୋସିଏସନ୍ ର ଭାରପ୍ରାପ୍ତ ସଭାପତି ଆଇନଜୀବୀ ପ୍ରଭାତ କୁମାର ବହିରା, ସଂପାଦକ ମୁରଲୀଧର ମଲ୍ଲିକ, ପୂର୍ବତନ ସଭାପତି ନିକୁଞ୍ଜ କିଶୋର ସ୍ୱାଇଁ, ରମେଶ ଚନ୍ଦ୍ର ଭୋଳ, ପ୍ରକୃତି ବନ୍ଧୁ ଡ଼ ଶରତ ଚନ୍ଦ୍ର ପରିଡା, ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଦାଶ,ଏରସମା ଥାନା ଆଇଆଇସି ପ୍ରେମଜିତ୍ ଦାସ ଏବଂ ଏରସମା ଅଦାଲତର ସମସ୍ତ କର୍ମଚାରୀ ଓ ବନବିଭାଗ କର୍ମଚାରୀ ପଦ୍ମଲାଭ ରାଉତ ପ୍ରମୁଖ ଉପସ୍ଥିତ ହୋଇ ଚାରା ରୋପଣ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।