ତାଳଦଣ୍ଡା, 07/07/2025, ଉତ୍କଳ voice news - utkalvoicenews.com

ଗୁଣ୍ଡିଚା ଲୀଳା ସାରି ବାହୁଡ଼ିବା ପରେ ମହାପ୍ରଭୁ ସିଂହଦ୍ଵାରରେ ବିଶ୍ରାମ ନେଇଥାନ୍ତି ।ରତ୍ନବେଦୀକୁ ବାହୁଡ଼ିବା ପୂର୍ବରୁ ରଥାରୂଢ ସୁନାବେଶରେ ଝଟକିବେ ଜଗତାଧିପତି । ଐଶ୍ୱର୍ଯ୍ୟ ପ୍ରିୟ ଦାରୁବ୍ରହ୍ମ ହୀରା ,ନିଳା ,ମୋତି ମାଣିକ୍ୟ ଖଚିତ ୧୩୮ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ ।ଦାରୁବ୍ରହ୍ମଙ୍କ ବେଶ ମଧ୍ୟରେ ସୁନାବେଶ ଅଧିକ ମନ ମୁଗ୍ଧକର ଅଟେ ।ଏହିକ୍ରମରେ ଆଜି କୁଜଙ୍ଗ ବ୍ଳକ ମହ୍ଲାସାହି ପଞ୍ଚାୟତର ତାଳଦଣ୍ଡା ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ସନ୍ଧ୍ୟା ଆଳତି ନୀତି ସମ୍ପନ୍ନ ହେବାପରେ ପ୍ରଭୁଙ୍କର ସୁନାବେଶ କରାଯାଇଥିଲା ।ଆପାଦ ମସ୍ତକ ସୁନାରେ ସଜେଇ ହୋଇ ମହାପ୍ରଭୁ ରାଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।ଏହାପରେ ବେଶ ଓଲାଗି ହୋଇଥିଲା ଓ ପରେ ସୁନାବେଶ ମଇଲମ ( ଖୋଲା )ଯାଇଥିଲା । ଶ୍ରୀ ଅରବିନ୍ଦଙ୍କ ସଂଯୋଜନାରେ ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଶିଳ୍ପ ,ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ୫ଜଣ ବିଶିଷ୍ଟ ବ୍ୟକ୍ତି ଶ୍ରମିକ ,କୃଷକ ,ଶିକ୍ଷକ ,ସୈନିକ ଓ ସ୍ୱାସ୍ଥ୍ୟକର୍ମୀ ଙ୍କୁ ସମ୍ମାନିତ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ଟ୍ରଷ୍ଟର ମୁଖ୍ୟ କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲିଙ୍କୁ ଇନ୍ଦ୍ରଦ୍ୟୁମ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ଦିଲିପ କୁମାର ବେହେରା ,ବିଜେପି ଜିଲ୍ଲା ସମ୍ପାଦକ ତପନ କୁମାର ତ୍ରିପାଠୀ ,ଜିଲ୍ଲାନାସି ପୂର୍ବତନ ସରପଞ୍ଚ ତପନ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ବ୍ରହ୍ମ ଜଗନ୍ନାଥ ମିଶନ ଟ୍ରଷ୍ଟର ମୁଖ୍ୟ କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲି ,ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସମେତ ତାଳଦଣ୍ଡା ଗ୍ରାମବାସୀମାନେ ଉତ୍ସବ ପରିଚାଳନା କରିଥିଲେ ।ପରେ ପରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା
