ଢେଙ୍କାନାଳ, 07/07/2025, ଉତ୍କଳ voice news - utkalvoicenews.com
ସୋମବାର ଦିନ ଗାଁନ୍ଦିଆ ବ୍ଲକ୍ ର ଲେଥକା ଗ୍ରାମ ପଞ୍ଚୟତରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ " ପ୍ରିୟ " ସ୍ବେଚ୍ଛାସେବୀ ସଂଗଠନ ର ମିଲିତାନୁକୁଲ୍ୟ ରେ ସାପ କାମୁଡା ଓ ବ୍ରଜାଘାତ ରୁ ଜୀବନ ରକ୍ଷା ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିର ରେ ପଞ୍ଚାୟତରାଜ ର ସଭ୍ୟ, ସଭ୍ୟା, ଅଙ୍ଗନବାଡି ଓ ଆଶା କର୍ମୀ, ସ୍ଵଂୟ ସହାୟକ ଗୋଷ୍ଠୀ ର ମାଆ ମାନେ , ଛାତ୍ର ଛାତ୍ରୀ, ଅଭିଭାବକ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ସରପଞ୍ଚ ଓମ୍ ପ୍ରକାଶ ଦାଶ ଓ ସମିତି ସଭ୍ୟ ଅକ୍ଷୟ ମହାନ୍ତି ଉପସ୍ଥିତ ରହି ସଚେତନତା ବାର୍ତ୍ତା ବୁଝାଇ କହିଥିଲେ। " ପ୍ରିୟ" ର ନିର୍ଦେଶକ ଟଙ୍କଧର ବାରିକ ଫ୍ଲେକ୍ସ ଓ ପ୍ରଚାର ପତ୍ର ମାଧ୍ୟମରେ ସାପ କାମୁଡା ଓ ବ୍ରଜଘାତ ରେ କଣ କରିବା ଦରକାର ଓ କଣ ନ କରିବା ଦରକାର ବୁଝାଇ କହିଥିଲେ ଓ ପ୍ରଚାର ପତ୍ର ବଣ୍ଟନ କରିଥିଲେ। ପୁନଶ୍ଚ ରତନପୁର ଗ୍ରାମ ପଞ୍ଚୟତରେ ସରପଞ୍ଚ ସ୍ନେହଲତା ପୃଷ୍ଟି ଙ୍କ ସଭାପତିତ୍ବ ରେ ଏକ ସଚେତନତା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା।ଉକ୍ତ ଦୁଇଟି କାର୍ଯକ୍ରମ କୁ ଇଲାନପ୍ରଭା ସେନାପତି, ଅନ୍ନପୂର୍ଣା ଧଳ, ସୋନାଲି ଧଳ, ସୌଭାଗ୍ୟ ଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ଲକ୍ଷ୍ମୀପ୍ରିୟା ନାୟକ, ରବୀନ୍ଦ୍ର କୁମାର ସାମଲ, ବୈକୁଣ୍ଠ ନାଥ ପାତ୍ର ସହଯୋଗ କରିଥିଲେ।