ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୋଠୀ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡ଼ିଶା।

କୁଜଙ୍ଗ, 07/07/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୋଠୀ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କୋଠୀ ପଞ୍ଚାୟତର ପ୍ରମୁଖ ସୁଶାନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗଦେଇ ଉଛବାନନ୍ଦପୁର ଡ଼ିଆ ଗ୍ରାମ ଦେବତୀଙ୍କ ପୀଠ ଠାରେ ଗୋଷ୍ଠି କେନ୍ଦ୍ର ନିର୍ମାଣ,ନୁଣୁକୁଆ ସ୍ମସାନକୁ ରାସ୍ତା ନିର୍ମାଣ,ନାଉଡିଆ ଗ୍ରାମରେ ଥିବା ମା ବଜ୍ର ବୁଢ଼ୀଙ୍କ ମନ୍ଦିର ନିର୍ମାଣ ନିମନ୍ତେ ନୂତନ କାର୍ଯ୍ୟର ଶିଳାନ୍ୟାସ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଦ୍ୱିପକ ପ୍ରସାଦ ସ୍ବାଇଁ,କୁଜଙ୍ଗ ବ୍ଲକ ଯୋଗାଣ ନିରୀକ୍ଷକ ଦ୍ଵିପକ କୁମାର ପାତ୍ର,ଜିଲ୍ଲା ଉପସଭାପତି ଅରକ୍ଷିତ ଦାସ,ମନ୍ତ୍ରୀଙ୍କ କୁଜଙ୍ଗ ବ୍ଲକ ପ୍ରତିନିଧି ଦିଲ୍ଲିପ ବେହେରା,କୋଠୀ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀଧର ସାହୁ,ପଞ୍ଚାୟତ କାର୍ଯୟନିର୍ବାହୀ ଅଧିକାରିଣୀ ପ୍ରଭାଶ୍ରୀ ସେଠୀ,ପାରାଦ୍ଵୀପ ଗଡ଼ ମଣ୍ଡଳ ସଭାପତି ଗଗନ ବିହାରୀ ରାଉତ,ପୂର୍ବତନ ମଣ୍ଡଳ ସଭାପତି ରଶ୍ମୀ ରଞ୍ଜନ ସାମନ୍ତରାୟ,ଆଲୋକ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ତଥା ସଭ୍ୟ ପବିତ୍ର ସାହୁ,ନିରଞ୍ଜନ ନାୟକ,ପ୍ରତାପ ନାୟକ,ତୋଫାନ ନାୟକ,ହରେକୃଷ୍ଣ ନାୟକ,କୋଠୀ ପଞ୍ଚାୟତ ବୁଥ୍ ସଭାପତି ଶରତ ଚନ୍ଦ୍ର ଦାସ,ଯୁବ ସମାଜସେବୀ ଟୁଟୁ ତରାଇ,ବୁଥ ସଭାପତି ସଞ୍ଜୟ ପ୍ରଧାନ ପ୍ରମୁଖଙ୍କ ସମେତ ଶତାଧିକ ସଂଖ୍ୟାର ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ଗଡ଼ ମଣ୍ଡଳ ସାଧାରଣ ସମ୍ପାଦକ ବାବୁ ରଞ୍ଜନ ପ୍ରଧାନ,ଯୁବ ସଂଙ୍ଗଠକ ପ୍ରଦୀପ୍ତ ବରାଳ,ନୁଣୁକୁଆ ଉପସଭାପତି ନଗେନ୍ଦ୍ର ତରାଇ ପ୍ରମୁଖ ପରିଚାଳନା କରିଥିଲେ।
1