ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ରହ୍ମପୁର ରେ ପୁଣି ମୁଣ୍ଡ ଗଡ଼ିଲା

ଗଞ୍ଜାମ, 07/07/2025, ଉତ୍କଳ voice news - utkalvoicenews.com
Article Image
ଗଞ୍ଜାମ ଜିଲ୍ଲାରେ ବଢିଚାଲିଛି ବେଲଗାମ୍ ଅପରାଧ ରବିବାର ରାତି ଗୋଳନ୍ଥରା ଥାନା ଅଧିନସ୍ଥ ଏକ ଗ୍ରାମ ରେ ପୂର୍ବଶତ୍ରୁତା କେନ୍ଦ୍ର କରି ଦୁର୍ବତ୍ତ ମାନେ ଘର ରୁ ଡାକି ବାରଣ୍ଡା ରେ ବ୍ୟକ୍ତିକୁ ଖଣ୍ଡା ରେ ମୁଣ୍ଡ ଓ ଶାରୀରିର ବିଭିନ୍ନ ସ୍ଥାନ କୁ ହାଣି ହତ୍ୟା କରିଥିଲେ l ମୃତ୍ୟୁ ଯୁବକ ଜଣକ ହେଲେ ସିଙ୍ଗାବାଡି ଗ୍ରାମର ଦିଲ୍ଲୀପ କୁମାର ପାତ୍ର (47) ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି l l ଖବର ଅନୁସାରେ ଗୋଳନ୍ଥରା ଥାନା ଅଧିନସ୍ଥ ସିଙ୍ଗାବାଡ଼ି ଗ୍ରାମର ଦିଲ୍ଲୀପ ଛୋଟ ବ୍ୟବସାହି କରୁଥିଲେ l ରବିବାର ଦିଲ୍ଲୀପ ଘରେ ଥିବା ରାତି ପ୍ରାୟ 10 ଟା ସମୟ ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ସେହି ଗ୍ରାମ ର ଦୁର୍ବୃତ୍ତ ମାନେ ଘରେ ପଶି ଯାଇଥିଲେ l ଦିଲ୍ଲୀପ ସହିତ କୋଣସି କଥା କୁ ନେଇ ଯୁକ୍ତି ତର୍କ ହୋଇଥିଲା l ଉଗ୍ର ରୁପ ଧାରଣ କରିଥିଲା l ଦିଲ୍ଲୀପ ଆତ୍ମରକ୍ଷା କରିଥିଲେ l କିନ୍ତୁ ଦୁର୍ବୃତ୍ତ ମାନେ ଘର ବାରଣ୍ଡାରେ ନିକଟରେ ଧାରୁଆ ଅସ୍ତ୍ରରେ ଦିଲ୍ଲୀପ କୁ ମୁଣ୍ଡ, ହାତ, ପିଠି ଓ ଅନ୍ୟ ଶାରୀରିର ବିଭିନ୍ନ ସ୍ଥାନ ରେ ହାଣି ଦେଇଥିଲେ l ଦିଲ୍ଲୀପ ଗୁରୁତ୍ୱ ର ଆହତ ହୋଇ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା l ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ଅନ୍ୟ ପୋଲିସ ଅଧିକାରୀ ଘଟଣା ପହଂଚିଥିଲେ l ପରିବାର ଲୋକ ଓ ପୋଲିସ ଗୁରୁତ୍ୱର ଦିଲ୍ଲୀପ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ଘଟଣା ପରଠାରୁ ଦୁର୍ବୃତ୍ତ ମାନେ ଫେରାର ହୋଇଥିବା ସୂଚନା ମିଳିଛି l
Article Image
1