ପାରାଦୀପ ଗଡ, 07/07/2025, ଉତ୍କଳ voice news - utkalvoicenews.com

ରାଜ୍ୟ ର ଏକ ବୃହତ୍ ଗ୍ରାମ ପଞ୍ଚାୟତ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ l ୧୧ ଗୋଟି ରାଜସ୍ବ ଗ୍ରାମ ରେ ୫୦ ହାଜର ରୁ ଅଧିକ ଲୋକ ବାସ ବାସ କରୁଛନ୍ତି l ୧୯୫୭ ମସିହା ଠାରୁ ପାରାଦୀପ ଗଡ ରେ ପଞ୍ଚାୟତ କାର୍ଯ୍ୟାଳୟ ଥିବା ବେଳେ ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ନଥିଲା l ଦ୍ଵିତୀୟ ବାର ସରପଞ୍ଚ ଭାବେ ଶ୍ରୀମତୀ ସସ୍ମିତା ବେହେରା ନିର୍ବାଚିତ ହେବା ପରେ ପଞ୍ଚାୟତ କାର୍ଯ୍ୟାଳୟ କୁ ସୌନ୍ଦର୍ଯ୍ୟ କରଣ କରିବା ସହିତ ପଞ୍ଚାୟତ ରେ କିପରି ଭାବେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହୋଇ ପାରିବ ସେ ଦିଗରେ ତୁରନ୍ତ ପଦକ୍ଷେପ ନେଇଥିଲେ l ଏବେ ପଞ୍ଚାୟତ କାର୍ଯ୍ୟାଳୟ ର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସମାପ୍ତ ପରେ ଆଜି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହାକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି l ଏବେ ପଞ୍ଚାୟତ ରେ ସର୍ବସାଧାରଣ ଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହୋଇପାରିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଚନ୍ତି l ପଞ୍ଚାୟତ ର ବିକାଶ ପାଇଁ ଯେତେ ଅର୍ଥ ଆବଶ୍ୟକ ପଡିବ ତୁରନ୍ତ ଯୋଗାଇ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ମନ୍ତ୍ରୀ ଙ୍କ ବ୍ଲକ୍ ପ୍ରତିନିଧି ଦିଲ୍ଲିପ ବେହେରା, ବିଜେପି ଜିଲ୍ଲା ସମ୍ପାଦକ ତପନ ତ୍ରୀପାଠୀ, ଏମ. ବି. କେ. କଳ୍ପନା ମହାପାତ୍ର, ଚନ୍ଦ୍ର ଶେଖର ଚୌଧୁରୀ, ଦେବ ଦୂଲ୍ଲବ କର, ଅଲେଖ ମହାରଥା, ସତ୍ୟ ନାରାୟଣ ମହାପାତ୍ର, ଅନନ୍ତ ବିଶ୍ବାଳ, ସଂଗ୍ରାମ ବେହେରା, ଜୟନ୍ତ ସେନାପତି, ସୁଭସ୍ମିତା ମଙ୍ଗରାଜ, ମିଲି ମଲ୍ଲିକ, ରେବତୀ ସ୍ୱାଇଁ, ବିଚିତ୍ର ପ୍ରଧାନ, ଚନ୍ଦ୍ରକାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲ l



