ପାରାଦୀପ ଗଡ, 07/07/2025, ଉତ୍କଳ voice news - utkalvoicenews.com
ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପାରାଦୀପ ଗଡ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଉତ୍ସବ ରେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ l ଜଳ ବାୟୁ ପରିବର୍ତ୍ତନ ଯୋଗୁ ଋତୁ ଚକ୍ର ରେ ପରିବର୍ତନ କାରଣ ରୁ ଠିକ୍ ସମୟରେ ବର୍ଷା ଓ ଶୀତ ନହେବା ଓ ଗ୍ରୀଷ୍ମ ତାପ ବୃଦ୍ଧି ପାଇବା ଯୋଗୁ ରିତୁ ଚକ୍ର ରେ ସ୍ଥିରତା ରହୁନାହିଁ, ଏଥିପାଇଁ ବ୍ୟାପକ ବୃକ୍ଷରୋପଣ ର ଆବଶ୍ୟକତା ରହିଛି ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ l କୁଜଙ୍ଗ ବନ ବିଭାଗ ତରଫରୁ ଅମ୍ଳଜାନ ଉତ୍ପାଦନ ଜାତୀୟ ବୃକ୍ଷ ଯୋଗାଇ ଦିଆ ଯାଇଥିଲା l ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, କୁଜଙ୍ଗ ରେଞ୍ଜ ଅଫିସର୍ ଶ୍ରୀଯୁକ୍ତ କର୍ତିକେଶ୍ୱର୍ ଖଣ୍ଡେଇ, ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇତିଶ୍ରୀ ସାହୁ, ପ୍ରଭାତ ନଳିନୀ ବେହେରା, ଆଇଶ୍ମିତା ସାହୁ, ରମାକାନ୍ତ ଖଣ୍ଡୁଆଳ, ସାଗରିକା ସ୍ୱାଇଁ, ସମ୍ପଦ ମୁଦୁଲି, ମିନର୍ଭା ସ୍ୱାଇଁ, ପ୍ରଭାତୀ ସାହୁ ପ୍ରମୁଖ ଯୋଗଦେଇ ବନ ମହୋତ୍ସବ କାର୍ଯକ୍ରମ ପାଳନ କରିଥିଲେ l