ଏରସମା, 08/07/2025, ଉତ୍କଳ voice news - utkalvoicenews.com
ଏରସମା ଶାଖାର ଡ୍ରାଇଭରମାନେ ୭ ଦଫା ଦାବି ନେଉ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି। ଯାତ୍ରୀବାହୀ ବସ ଚଳାଚକ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଭାରୀଯାନ ଟ୍ରକ, ମିନି ଟ୍ରକ, ଜିପ ଆଦି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।କିଛି ସରକାରୀ ବସ ଚଳାଚଳ ହେଉଥିବାବେଳେ ସରକାରୀ ବସ ଡ୍ରାଇଭରଙ୍କୁ ମଧ୍ୟ ଷ୍ଟିୟରିଂ ଛାଡିବାକୁ ଏରସମା ଡ୍ରାଇଭର ସଙ୍ଘ ପକ୍ଷରୁ ନିବେଦନ କରାଯାଇଛି। ସେମାନଙ୍କ ଦାବିଗୁଡିକ ମଧ୍ୟରେ ଅଟୋ ଚାଳକଙ୍କୁ ସରକାର ଶ୍ରମିକ ଭାବେ ନ ଦେଖି ସେମାନଙ୍କୁ ୱେଲଫେର ବୋର୍ଡରେ ସାମିଲ କରାଇବା ସହ ରାଜପଥର ପ୍ରତି ୧୦ କିମି ଦୂରତାରେ ଶୌଚାଳୟ, ବିଶ୍ରାମ ବ୍ୟବସ୍ଥା, ରାସ୍ତା ଦୁର୍ଘଟଣା ଓ ଅନ୍ୟାନ୍ୟ କାରଣରୁ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ତେଣୁ ସାମାଜିକ ସୁରକ୍ଷା ଯୋଗାଇବା ଗାଡିମୋଟର ଯାଞ୍ଚକୁ ପୋଲିସ ପ୍ରଶାସନ ଦ୍ୱାରା ନ କରାଇବା, ୬୦ ବର୍ଷ ପରେ ପେନସନ ବ୍ୟବସ୍ଥା କରାଇବା ଆଦି ଦାବି ରହିଛି। ଏହି ଆନ୍ଦୋଳନରେ ଏରସମା ଡ୍ରାଇଭର ସଙ୍ଘ ର ସଭାପତି କିଶୋର ବେହେରା, ଉପ ସଭାପତି କାର୍ତ୍ତିକ ଜେନା, ସମ୍ପାଦକ ଆଦିତ୍ୟ ସାହୁ,ସେକ୍ ଇସାକ୍ ଉଦ୍ଦିନ,ଜିଲ୍ଲା ଖାଁଙ୍କ ସମେତ ଏରସମା ସାମ୍ବାଦିକ ଡ୍ରାଇଭର ସଂଘ ର ସମସ୍ତ ଡ୍ରାଇଭର ମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ତଦାରଖ ପାଇଁ ଏରସମା ଥାନା ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା।