ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସରକାରଙ୍କୁ ଦାବିପତ୍ର ଦେବା ସହିତ ଧାରଣାରେ ଓଡ଼ିଶା ଡ୍ରାଇଭର ମହାସଂଘ

କୁଜଙ୍ଗ , 08/07/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରେ ଓଡ଼ିଶା ଡ୍ରାଇଭର ମହାସଂଘ (Regd No. 341/1202100041-2021-2022)ତରଫରୁ ତା୦୮-୦୭-୨୦୨୫ ରିଖଦିନ ସମସ୍ତ ଡ୍ରାଇଭର strike କରିଥଲେ। ବିଗତ ଦିନରୁ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଉପାୟ ମାଧ୍ଯମରେ ବାରମ୍ଵାର୍ ସରକାରଙ୍କୁ ଅବଗତ କରି ଆସିଥିଲେ। କିନ୍ତୁ ଗୋଟିଏ ମାତ୍ର ସମସ୍ୟା ପୂରଣ ହୋଇଛି ଯାହାକି ଡ୍ରାଇଭର ସମାଜ ପାଇଁ ଯଥେଷ୍ଟ ନୁହେଁ । ଆହୁରି ୦୭ ଗୋଟି ମୁଖ୍ୟ ସମସ୍ୟା ର ସମାଧାନ୍ ହୋଇପାରି ନାହିଁ । ଏଥିନିମନ୍ତେ ବାରମ୍ଵାର୍ ସରକାରଙ୍କ ଦ୍ବାରସ୍ଥ ହେବାପରେ ମଧ୍ଯ ସରକାର୍ କୌଣସି କଥା କୁ କର୍ଣ୍ଣପାତ୍ କଲେନାହିଁ । ଯାହାଦ୍ବାରା ବାଧ୍ୟହୋଇ ଶେଷଥର ପାଇଁ ୨୯-୦୩-୨୦୨୫ ରିଖ ଠାରୁ ଦୀର୍ଘ ୬ ଦିନ ପର୍ଯ୍ୟନ୍ତ ଲୋୟର୍ ପିଏମ୍ ଜି ରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥୁଲୁ, ତଥାପି କୌଣସି ସମସ୍ୟା ର ସମାଧାନ୍ ହୋଇପାରି ନାହିଁ । ଯାହାଦ୍ବାରା ଡ୍ରାଇଭର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ୍ ପାଇଅଛି ଏବଂ ସମସ୍ତ ଡ୍ରାଇଭର ମାନଙ୍କ ଗୋଟିଏ ନିଷ୍ପତି , ଆଗାମୀ ଏକ ମାସ ମଧ୍ୟରେ ଯଦି ସରକାର୍ ସମସ୍ୟା ର ସମାଧାନ୍ ନ କରି, ସରକାର୍ ଯଦି ଅଣଦେଖା କରନ୍ତି, ତାହେଲେ ଆସନ୍ତା ତା୦୮-୦୭-୨୦୨୫ ରିଖ ଠାରୁ କୌଣସି ଡ୍ରାଇଭର ଗାଡି ଚଳେଇବେ ନାହିଁ। ଦରକାର୍ ପଡିଲେ ରାଜରାସ୍ତା କୁ ଓହ୍ଲାଇବା ସହିତ ସରକାରଙ୍କୁ ଅସହଯୋଗ କରିବା ପାଇଁ ନିଷ୍ପତି ନେଇଅଛୁ, ଯାହାଦ୍ବାରା ପରିବହନ ବ୍ୟବସ୍ଥା ରେ ବାଧାପ୍ରାପ୍ତ ହେବା ସହିତ ସଂପୂର୍ଣ୍ଣ ବନ୍ଦ୍ ହେବାର ସମ୍ଭାବନା ରହିଛି ।ଯଦି ସେହି ସମୟ ମଧ୍ୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜେ କିମ୍ବା ଜନସାଧାରଣ ଅସୁବିଧା ର ସମୁଖୀନ ହୁଅନ୍ତି, ତେବେ ସେଥ‌ିପାଇଁ ସରକାର୍ ଦାୟୀ ରହିବେ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ସୂଚନା ମିଳିଛି।ସଭାପତି - ସନ୍ତୋଷ କୁମାର ସାହୁ, ଉପସଭାପତି- ବିଜୟ ମହାପାତ୍ର,ସମ୍ପାଦକ -ମଳୟ ରଞ୍ଜନ ସୂତାର, କୋଷାଧ୍ୟକ୍ଷ -ଅରୁଣ ବାରିକ, ଉପଦେଷ୍ଟା - ନାଶିର ଖାନ୍,ବରିଷ୍ଠ ସଦସ୍ୟ-ରମେଶ ମହାନ୍ତି, ଚନ୍ଦ୍ରକାନ୍ତ ଦାସ, ବିରଞ୍ଚି ସାହୁ, ମଣ୍ଟୁ ମହାପାତ୍ର, ତୃପ୍ତି ରଞ୍ଜନ ମଲ୍ଲିକ,ସୋମେନ୍ଦ୍ର ସାମଲ, ରଞ୍ଜିତ ସ୍ଵାଇଁ,ଲିଟୁ ନନ
Article Image
Article Image
1