ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଡ୍ରାଇଭର ଏକତା ମହାମଞ୍ଚ ଆନୁକୂଲ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘର ଧର୍ମଘଟ।

ଏରସମା, 09/07/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :
Article Image
ଡ୍ରାଇଭର ଏକତା ମହାମଞ୍ଚ ଆନୁକୂଲ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଜୁଲାଇ ୮ ଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟେରିଙ୍ଗ୍ ଛାଡ଼ ଆନ୍ଦୋଳନ ସହ ଡ୍ରାଇଭର ଧର୍ମଘଟ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଡ୍ରାଇଭର ମହାସଂଘର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଅଛି। ରାସ୍ତା ରୋକ ସହିତ ସମସ୍ତ ଯାନବାହାନ କୁ ବନ୍ଦ କରିଦେଇଛନ୍ତି ।ଯାହାଫଳରେ ରେ ସାଧାରଣ ଜନତା ଯିବାଆସିବା ରେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ବିଗତ ଦିନରୁ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଉପାୟ ମାଧ୍ଯମରେ ବାରମ୍ଵାର୍ ସରକାରଙ୍କୁ ଅବଗତ କରି ଆସିଥିଲେ। କିନ୍ତୁ ଗୋଟିଏ ମାତ୍ର ସମସ୍ୟା ପୂରଣ ହୋଇଛି ଯାହାକି ଡ୍ରାଇଭର ସମାଜ ପାଇଁ ଯଥେଷ୍ଟ ନୁହେଁ । ଆହୁରି ୦୭ ଗୋଟି ମୁଖ୍ୟ ସମସ୍ୟା ର ସମାଧାନ୍ ହୋଇପାରି ନାହିଁ । ଏଥିନିମନ୍ତେ ବାରମ୍ଵାର୍ ସରକାରଙ୍କ ଦ୍ବାରସ୍ଥ ହେବାପରେ ମଧ୍ଯ ସରକାର୍ କୌଣସି କଥା କୁ କର୍ଣ୍ଣପାତ୍ କଲେନାହିଁ । ଯାହାଦ୍ବାରା ଡ୍ରାଇଭର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ୍ ପାଇବା ସହିତ ଧର୍ମଘଟ କରିଛନ୍ତି । ସମସ୍ତ ଡ୍ରାଇଭର ମାନଙ୍କ ଗୋଟିଏ ନିଷ୍ପତି ଯଦି ସରକାର୍ ସମସ୍ୟା ର ସମାଧାନ୍ ନ କରନ୍ତି, ସରକାର୍ ଯଦି ଅଣଦେଖା କରନ୍ତି, ତାହେଲେ କୌଣସି ଡ୍ରାଇଭର ଗାଡି ଚଳେଇବେ ନାହିଁ। ଯଦି ସେହି ସମୟ ମଧ୍ୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜେ କିମ୍ବା ଜନସାଧାରଣ ଅସୁବିଧା ର ସମୁଖୀନ ହୁଅନ୍ତି, ତେବେ ସେଥ‌ିପାଇଁ ସରକାର୍ ଦାୟୀ ରହିବେ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ସୂଚନା ମିଳିଛି। ୦୭ ଗୋଟି ସମସ୍ୟା ଗୁଡ଼ିକ ହେଲା ୧:-(ODISHA MOTOR TRANSPORT DRIVER & WORKER'WALFARE BOARD) ରେ ଅଟୋ ଡ୍ରାଇଭର ଙ୍କୁ ସାମିଲ କରାଯାଉ |
Article Image
୨ :-ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥ‌ିବା ଡ୍ରାଇଭର ସମାଜ ର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ | ୩ :-ବୃତିଗତ ଡ୍ରାଇଭର ଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତା ପ୍ରଦାନ କର ରାଯାଉ |
Article Image
୪ :-ଗାଡି ଗୁଡିକ ପାକିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବାପାଇଁ ପାକିଂ ସହିତ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ତା ପ୍ରତି (୧୦୦ କିଲୋମିଟର ଅନ୍ତରରେ ରଖାଯାଉ | ୫ :-ଓଡ଼ିଶାରେ ଥିବା ପ୍ରତେକ ଖଣି ଖାଦାନ ଏବଂ କାରଖାନା ଗୁଡିକରେ ଶତକଡା ୭୦% ଓଡ଼ିଶାର ଡ୍ରାଇଭର ଙ୍କୁ କାମକରିବା ପାଇଁ ଅଗ୍ରାଧିକାର ଦିଆ ଦିଆଯାଉ |
Article Image
୬ :-ସେପ୍ଟେମ୍ବର ୧ ତାରିଖ କୁ ଜାତୀୟ ଡ୍ରାଇଭର ଦିବସ ରୁପେ ଘୋଷଣା କରାଯାଉ । ୭:-ଗାଡିର କାଗଜ ପତ୍ର ଯାଞ୍ଚ କରିବା କ୍ଷମତାକୁ ପୋଲିସ ବିଭାଗକୁ ଦିଆନଯାଉ।
1