ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ ପାଇଁ ଡାକରା

ପାରାଦୀପ, 09/07/2025, ଉତ୍କଳ voice news - utkalvoicenews.com କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ଏବଂ କର୍ପୋରେଟ୍‌ ସପକ୍ଷବାଦୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି।ସେହିପରି ତୈଳ ବିଶୋଧନାଗାର ମଧ୍ୟ ଭାରତ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି ପାରାଦୀପରେ ବିଭିନ୍ନ ଶିଳ୍ପାୟନ ଗଢିଉଠିଥିବା ବେଳେ ଏଥିରେ ବିଭିନ୍ନ ୟୁନିୟନ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ ୭ଦଫା ନେଇ ଭାରତ ବନ୍ଦ ଡାକରାରେ ସାମିଲ ହେଇଛନ୍ତି ।ଏଥିରେ ବ୍ୟାଙ୍କିଙ୍ଗ୍‌, ବୀମା, ଡାକସେବାଠାରୁ ଆରମ୍ଭ କରି ଖଣି, ରାଜପଥ ଏବଂ ନିର୍ମାଣ କାର୍ଯ୍ୟ, ପରିବହନ କାର୍ଯ୍ୟରେ ନିୟୋଜିତ ୨୫ କୋଟିରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଶ୍ରମିକ ସାମିଲ ହେବାକୁ ଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପାରେ ବନ୍ଦ ଯୋଗୁ ଜନସେବା କ୍ଷେତ୍ର ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବାବେଳେ ଶିକ୍ଷାନୁଷ୍ଠାନ ଓ ଘରୋଇ କାର୍ଯ୍ୟାଳୟ ଖୋଲା ରହିବ।
Article Image
ଭାରତ ବନ୍ଦ ଯୋଗୁ ବ୍ୟାଙ୍କିଙ୍ଗ୍‌ ଓ ଆର୍ଥତ୍କ ସେବା, ପୋଷ୍ଟାଲ ସେବା, କୋଇଲା ଖଣି ଖନନ ଏବଂ ଶିଳ୍ପାଞ୍ଚଳ ଶାଖା, ରାଜ୍ୟ ପରିଚାଳିତ ପରିବହନ ସେବା ପ୍ରଭାବିତ ହେବ। ସେହିପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ), ବିଭିନ୍ନ ସରକାରୀ ବିଭାଗ ଉପରେ ମଧ୍ୟ ବନ୍ଦ୍‌ର ପ୍ରଭାବ ପଡ଼ିବ। ତେବେ ବନ୍ଦ ପାଳନ ବେଳେ ସ୍କୁଲ୍‌ ଓ କଲେଜ ଖାଲା ରହିବ। ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ନାମରେ କେନ୍ଦ୍ର ସରକାର ଆର୍ଥତ୍କ ନୀତି ଏବଂ ଶ୍ରମ କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ଯାଉଛନ୍ତି, ଯାହା ଶ୍ରମିକ କର୍ମଚାରୀଙ୍କ ଅଧିକାରକୁ ଦୁର୍ବଳ କରିବା ସହ ସେମାନଙ୍କ ସାମୂହିକ ମୂଲଚାଲ କ୍ଷମତାକୁ ସଂକୁଚିତ କରିବ ଓ କାର୍ଯ୍ୟକ୍ଷେତ୍ର ଅଧିକ ଖରାପ ହେବ ବୋଲି ୟୁନିୟନଗୁଡ଼ିକ ଅଭିଯୋଗ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ସରକାରୀ ସେବାର ଘରୋଇକରଣ, ଆଉଟ୍‌ସୋର୍ସିଂ ନୀତି, ଶ୍ରମଶକ୍ତିର ଠିକାଦାରିତା ଆଦି ବିରୋଧରେ ଟ୍ରେଡ୍‌ ୟୁନିୟନଗୁଡ଼ିକ ଦୀର୍ଘଦିନ ହେଲା ଲଢ଼େଇ କରିଆସୁଛନ୍ତି। ପାର୍ଲାମେଣ୍ଟରେ ଗୃହୀତ ୪ ଲେବର କୋଡ୍‌ ଟ୍ରେଡ୍‌ ୟୁନିୟନଗୁଡ଼ିକର ଆନ୍ଦୋଳନକୁ ଚାପିଦେବା ଓ ପଙ୍ଗୁ କରିଦେବା ପାଇଁ ଉଦ୍ଦିଷ୍ଟ। ଏହାଦ୍ୱାରା କାର୍ଯ୍ୟ ସମୟ ବୃଦ୍ଧି ପାଇବ। କର୍ମଚାରୀଙ୍କ ଧର୍ମଘଟ କରିବା ଅଧିକାର ରହିବ ନାହିଁ ଏବଂ ନିଯୁକ୍ତିଦାତାଙ୍କ ଦ୍ୱାରା ଶ୍ରମ ଆଇନର ଉଲ୍ଲଂଘନକୁ ଅପରାଧମୁକ୍ତ କରାଯିବ ବୋଲି ଫୋରମ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ପେଟ୍ରୋଲିୟମ ପ୍ରଡକ୍ଟସ୍ ହ୍ୟାଣ୍ଡିଲିଂ ଆଣ୍ଡ କ୍ୟାରିଅର୍ସ ଏମ୍ପ୍ଲୋଇଜ୍ ୟୂନିୟନ ସର୍ବ ଭାରତୀୟ ଧର୍ମଘଟ ରଙ୍ଗିଆଗଡ ପୋଲ ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି।ତୈଳ ବିଶୋଧନାଗାର ଏଆଈଟିୟୁସର ସଭାପତି ସୁବାଷ ମହାପାତ୍ର, ସାଧାରଣ ସମ୍ପାଦକ ଦାମୋଦର ତରାଇ, ସଂଗ୍ରାମ ରାଉତ,ସାଗର ତରାଇଙ୍କ ସମେତ ତୈଳ ବିଶୋଧନାଗାରର ସମସ୍ତ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି।
Article Image
1