ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ମା ସରକାରୀ ଉଚ୍ଚ ବିଦ୍ୟାଳୟ, ପାରାଦୀପ ଗଡ ର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ l

ପାରାଦୀପ ଗଡ, 15/01/2025, ଉତ୍କଳ voice news - utkalvoicenews.comଅଦ୍ୟ ତା ୧୬.୦୧.୨୦୨୫ ରିଖ: ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାରାଦୀପ ଗଡ ରେ ଅବସ୍ଥିତ ଜିଲ୍ଲା ର ଦ୍ୱିତୀୟ ବୃହତ୍ତମ ଶ୍ରୀ ମା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି l
Article Image
ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା କ୍ରୀଡା ପତାକା ଉତ୍ଵଳନ ଓ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ କ୍ରୀଡା ପ୍ରତିଯୋଗିତା କୁ ଉଦ୍ଘାଟନ କରିଥିଲେ l
Article Image
ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ସ୍କୁଲ କୁ ଜିଲ୍ଲାର ଶ୍ରେଷ୍ଟ ସ୍କୁଲ୍ ରେ ପରିଣତ କରାଯିବ, ଏଥିପାଇଁ ରାଜ୍ୟ ସରକାର, ଗ୍ରାମ ପଞ୍ଚାୟତ ଓ କଳ କାରଖାନା ର ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ବିପୁଳ ଅର୍ଥ ପ୍ରଦାନ କରାଯାଇଛି ବୋଲି ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ ସ୍କୁଲ୍ ଅଭିଭାବକ କମିଟି ର ସଭାପତି ଶ୍ରୀଯୁକ୍ତ ଜୀବନ ଧନ ବେହେରା, ସିଆରସିସି ସମୀର କୁମାର ଓଝା, ପ୍ରଭାତ ନଳିନୀ ବେହେରା ଯୋଗଦେଇଥିଲେ l ଶ୍ରୀମତୀ ମିନାର୍ଭ ସ୍ୱାଇଁ, କୁନି ଦିଦି, ମିନାକ୍ଷୀ ପଣ୍ଡା, ବିଜୟ ଲକ୍ଷ୍ମୀ ସ୍ୱାଇଁ, ଦିପିକା ସୋରେନ, ବିଷ୍ଣୁ ପ୍ରିୟା ସ୍ୱାଇଁ, ପ୍ରଶାନ୍ତ ସାହୁ, ସମ୍ପଦ ମୁଦୁଲି, ସାଗରିକ ସ୍ୱାଇଁ ପ୍ରମୁଖ କ୍ରୀଡା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ l ଭାରପ୍ରlପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇତିଶ୍ରୀ ସାହୁ ସଭାପତିତ୍ବ କରିଥିଲେ ଓ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ରମାକାନ୍ତ ଖଣ୍ଡୁଆଳ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କ୍ରୀଡା ପ୍ରତିଯୋଗିତା ତିନି ଦିନ ବ୍ୟାପି ଚଳିବ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ l
Article Image
1