ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା ପାଇଁ ଗଛ ଟିଏ କାର୍ଯ୍ୟକର୍ମ ଅନୁଷ୍ଠିତ

ଏରସମା, 09/07/2025, ଉତ୍କଳ voice news - utkalvoicenews.com ଏରସମା ବ୍ଲକ ଢ଼ିଙ୍କିଆ ପଂଚାୟତ ମାହାଳ ଗ୍ରାମ ନିକଟସ୍ଥ ସମୁଦ୍ର ବେଳାଭୂମି ରେ ମା ପାଁଇ ଗଛ ଟିଏ ବୃକ୍ଷ ରୋପଣ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଯାଇଛି, l ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଜେପି ନେତା ସତ୍ୟ ସାରଥୀ ମହାନ୍ତି ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ l ଢ଼ିଙ୍କିଆ ପଂଚାୟତ ସମୁଦ୍ର କୁଳିଆ ହୋଇଥିବାରୁ ସୁନାମି ଓବାତ୍ୟା ଦାଉରୁ ରକ୍ଷା ପାଇବା ପାଁଇ ସମେସ୍ତେ ସମୁଦ୍ର କୁଳ ବର୍ତ୍ତୀ ଅଂଚଳ ରେ ଗଛ ଲଗାଇବା ଆବଶ୍ୟକତା ଅଛି l କମ୍ପାନୀ ଏରିଆ ଭିତରେ ଯେତିକି ଗଛଥିବ ତାକୁ କାଟିବା ବଦଳରେ ଅଧିକ ଗଛ କ୍ୟାମ୍ପନି ଲଗାଇବାକୁ ବାଧ୍ୟ ତିନି ପଂଚାୟତର ସାଧାରଣ ଲୋକ ମାନେ କିପରି ସୁବିଧା ସୁଯଗ ପାଇବେ ସେଥିପାଇଁ ସେ ଗୁରୁତ୍ୱ ଦେବେ । ଏହି କାର୍ଯ୍ୟକର୍ମରେ ବାଲିତୁଠ ମଣ୍ଡଳ ସଭାପତି ବିକ୍ରମ ଜିତି ସାମନ୍ତରାୟ, ଜଗତସିଂହପୁର ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଶୁଶାନ୍ତ ସ୍ୱାଇଁ, ଜିଲ୍ଲା କୋଷାଧ୍ୟକ୍ଷ ନିଲିପ୍ତ ଜେନା,ଏରସମା ମଣ୍ଡଳ ସଭାପତି ଅମରେନ୍ଦ୍ର ଦଲାଇ, ବାଲିତୁଠ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁସୟା ଲେଙ୍କା, ଢ଼ିଙ୍କିଆ ପଞ୍ଚାୟତ ପ୍ରମୁଖ ଦିଲିପ ବର୍ଦ୍ଧନ, ବଳେଇପୁରୁ ପଞ୍ଚାୟତ ପ୍ରମୁଖ ରମେଶ ଚନ୍ଦ୍ର ରାଉତ,ଚଟୁଆ ପଞ୍ଚାୟତ ପ୍ରମୁଖ ବିପିନି ନାୟକଙ୍କ ସମେତ ସତାଧିକ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ।
Article Image
Article Image
10