କୁଜଙ୍ଗ, 09/07/2025, ଉତ୍କଳ voice news - utkalvoicenews.com(ଜଗନ୍ନାଥ ପ୍ରସାଦ ସାହୁ) :

ଜଗତସିଂହପୁର କୁଜଙ୍ଗ ବ୍ଲକ୍ ଶିକ୍ଷା ମଣ୍ଡଳ ଅଧୀନ ଉପ୍ରା. ବିଦ୍ୟାଳୟ ପଣ୍ଡୁଆ ର ପ୍ରଧାନ ଶିକ୍ଷକ ମିହିର କୁମାର ବିଶ୍ବାଳ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି, ଏଥିରେ ସମସ୍ତ ଶିକ୍ଷକ ଅଭିଭାବକ ଛାତ୍ର ଛାତ୍ରୀ,ଓ ପ୍ରଜାପତି ବ୍ରହ୍ମ କୁମାରୀ ଆଶ୍ରିତ ଭକ୍ତ ମାନଙ୍କର ସହଯୋଗ ଥିଲା ଅନ୍ୟତମ.ଏହି ସଭାରେ ବହୁ ମାନଗଣ୍ୟ ବ୍ୟକ୍କ୍ତି ବିଶେଷ ଶିକ୍ଷା ମଣ୍ଡଳ ର ସମସ୍ତ ଶିକ୍ଷକ ବୃନ୍ଦ ଯୋଗଦାନ କରିଥିଲେ,ମଞ୍ଚ ପରିଚାଳନା କରିଥିଲେ ସୁବାସ ଚନ୍ଦ୍ର ସେନାପତି.ସଭାପତିତ୍ୱ କରିଥିଲେ ଗୌରିଶ୍ୟାମ ଦାସ ଅବସର ପ୍ରାପ୍ତ ଶିକ୍ଷକ ।ମୁଖ୍ୟ ବକ୍ତା ଭାବେ ଗୋପବନ୍ଧୁ ନାୟକ,ମୁଖ୍ୟ ଅତିଥି ଭାବେ ସମରେନ୍ଦ୍ର ସାହୁ, ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ ପବିତ୍ର ମନ୍ତ୍ରୀ,ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ,ଅଶୋକ କୁମାର ଲେଙ୍କା,ନିକୁଞ୍ଜ କୁମାର ଦାସ,ତ୍ରିନାଥ ଦାସ,ମୁରଲୀ ଧର ପଲାଇ,କ୍ଷେତ୍ର ମୋହନ ପାଳ ନଟବର ନାୟକ, ଅଜିତ କୁମାର ବିଶ୍ବାଳ, କିଶୋର ଚନ୍ଦ୍ର ସାହୁ, ସରୋଜ କୁମାର ସେଠୀ, ଅନାଦି ଚରଣ ଖଟୁଆ ପ୍ରମୁଖ,ପ୍ରଧାନ ଶିକ୍ଷକ ମିହିର କୁମାର ବିଶ୍ବାଳ ଜଣେ ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ଥିଲେ ତାଙ୍କ ଶିକ୍ଷକତା ଭିତରେ କେତେ ଛାତ୍ର ଛାତ୍ରୀ ଉଚ୍ଚ ପଦାଧିକାରୀ ହୋଇପାରିଛନ୍ତି।ତାଙ୍କ ଶିକ୍ଷା ଦାନ ପଦ୍ଧତି କୁ ଏବେ ବି ଭୁଲି ପାରିନାହାନ୍ତି.ସମସ୍ତ ଅଭି ଭାବକ ଶିକ୍ଷକ ମାନେ, ମିହିର ସାର ଅନ୍ୟ ଶିକ୍ଷକଙ୍କ ଅନୁରୋଧ ରଖି କହିଥିଲେ ଅବସର ପରେ ଅବଶିଷ୍ଟ ସମୟକୁ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ବିତେଇବା ପାଇଁ,ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଟି ବହୁତ୍ ଲୋକାରଣ୍ୟ ହୃଦୟ ସ୍ପର୍ଶି ହୋଇପାରିଥିଲା,ଶେଷରେ ଧନ୍ୟବାଦ ଦେଇଥିଲେ ଆଦର୍ଶ ଶିକ୍ଷକ କେଶବ ଚନ୍ଦ୍ର ଦଳାଇ.
