ରାହାମା, 09/07/2025, ଉତ୍କଳ voice news - utkalvoicenews.com(ଜଗନ୍ନାଥ ପ୍ରସାଦ ସାହୁ) :
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନ ରାହାମା ଅଂଚଳରେ ଘନ ଘନ ବିଜୁଳି କାଟ କୁ ନେଇ ଦେଖା ଦେଇଛି ଜନ ଅସନ୍ତୋଷ। ପ୍ରତିଦିନ ବିନା କାରଣ ରେ ବାରମ୍ବାର ବିଜୁଳି କାଟିବା ଦ୍ୱାରା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ସାଧାରଣ ଜନତା ଉପରେ ଏହାର ପ୍ରଭାବ ପଡୁଛି।ରାହାମା ବିଦ୍ୟୁତ ଉପଖଣ୍ଡ ଅଧିକାରୀଙ୍କ ମନମାନି ଯୋଗୁଁ ସାଧାରଣ ଜନତା ଓ ବ୍ୟବସାୟୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।ଲୋକଙ୍କ ଅଭିଯୋଗ ପରେ ବି ବିଦ୍ୟୁତ ବିଭାଗ କୁମ୍ଭକର୍ଣ୍ଣ ନିଦରେ ଶୋଇଛି। ବିଦ୍ୟୁତ ଉପରେ ନିର୍ଭର କରୁଥିବା ବ୍ୟବସାୟୀ କ୍ଷତି ର ସମ୍ମୁଖୀନ ହେଉଥିବା ବେଳେ ଘନ ଘନ ବିଦ୍ୟୁତ କାଟ ହେବା ଦ୍ୱାରା ବିଭିନ୍ନ ବିଦ୍ୟୁତ ଉପକରଣ ଯନ୍ତ୍ରାଂଶ ଆଦି ପୋଡି ପ୍ରଭୂତ କ୍ଷତି ଘଟୁ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।ବିଦ୍ୟୁତ ବିଭାଗର ମନମାନି ପାଇଁ ରାହାମା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଅଭିଯୋଗ କଲେ ବିଦ୍ୟୁତ କର୍ମଚାରୀ ମରାମତିର ଆଳ ଦେଖାଇ ଖସି ଯାଉଥିବା ବେଳେ ବିଦ୍ୟୁତ ବିଭାଗର ଅପାରଗତାକୁ ପଦାରେ ପକାଇଛି। ଉଚ୍ଚ ଅଧିକାରୀ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଦାବୀ ଓ ସ୍ଥାନୀୟ ଅଂଚଳ ବାସୀ ଦାବୀ ରଖିଛନ୍ତି।