ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭିନ୍ନକ୍ଷମଙ୍କୁ ଆବାସ ଦାବି।

ଏରସମା, 09/07/2025, ଉତ୍କଳ voice news - utkalvoicenews.comଶତ ପ୍ରତିଶତ ଭିନ୍ନକ୍ଷମ।ଦୁଇଟିଯାକ ଆଖି ଅନ୍ଧ। ମହାବାତ୍ୟା ପରବର୍ତ୍ତୀ ସମୟରେ ତାଙ୍କ ପିତା ଅଶୋକ ଗୋଚ୍ଛାୟତଙ୍କ ନାମରେ ମିଳିଥିଲା ୨୨ ହଜାର ଟଙ୍କାର ଇନ୍ଦିରା ଆବାସ।ଇତିମଧ୍ୟରେ ୨୬ ବର୍ଷ ବିତିଗଲାଣି।ମରାମତି ଅଭାବରୁ ସେହି ବଖୁରିକିଆ ଘରର ଅବସ୍ଥା ଶୋଚନୀୟ।ଛାତରୁ ପାଣି ଗଳୁଛି,କାନ୍ଥ ଫାଟି ଗଲାଣି,କବାଟ ଝରକା ଭାଙ୍ଗି ଗଲାଣି।ସେହି ପରିତ୍ୟକ୍ତ ଘରେ ଦୀର୍ଘ ଦିନଧରି ବାସ କରୁଛନ୍ତି ଏରସମା ବ୍ଲକ୍ ଚଟୁଆ ପଞ୍ଚାୟତ ଚାରି ନଂ ଓ୍ବ।ଡ଼ ଦଳିତ ବସ୍ତିର ଭିନ୍ନକ୍ଷମ ରୂପା ଗୋଛାୟତ (୨୭)ଙ୍କ ସହିତ ତାଙ୍କର ବାପା ଓ ମା ରହୁଛନ୍ତି। ବାପା ଦିନ ମଜୁରିଆ ଭାବେ ପରଘରେ ମଜୁରୀଲାଗି ତାଙ୍କର ପରିବାର ପ୍ରତିପୋଷଣ କରୁଛନ୍ତି। ପାଖରେ ଅର୍ଥର ଘୋର ଅଭାବ ଥିବାରୁ ଘର ମରାମତି କରି ପାରୁନାହାନ୍ତି।ଏରସମା ବିଡ଼ିଓ ଏ ସମ୍ପର୍କରେ ତଦନ୍ତକରି ପକ୍କାଘର ଖଣ୍ଡିଏ ଦେବାକୁ ଆକୁଳ ନିବେଦନ କରିଛନ୍ତି ଭିନ୍ନକ୍ଷମ ରୂପା ଗୋଛାୟତ।
Article Image
1