ଏରସମା, 10/07/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ଫୁଲଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମଲ୍ଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ତଥା ପରିବେଶବିତ ଡ଼ଃ ହେମନ୍ତ କୁମାର ମୁଦୁଲି, ମୁଖ୍ୟବକ୍ତା ସମାଜ ସଂସ୍କାରକ ତଥା ଜ୍ୟୋତିର୍ବିଦ ଡ଼ଃ ଅରୁଣ କୁମାର ପାଣି ସମ୍ମାନୀୟ ଅତିଥି ଭାବରେ ଅବସରର ପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ତଥା ସମାଜସେବୀ କଳ୍ପନା ସୁତାର, ଢ଼ିଙ୍କିଆ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମତୀ ପିଙ୍କି ଦାସ କପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ବାରିକ ଉପସ୍ଥିତ ରହି ବୃକ୍ଷ ର ମାହାତ୍ମ୍ୟ ଓ ବନ ମହୋତ୍ସବର ଉପାଦେୟତା ଉପରେ ଆଲୋକପାତ କରିଥିଲେ |ବିଦ୍ୟାଳୟର ସହକାରୀ ଶିକ୍ଷକ ରମେଶ କୁମାର ବେହେରା ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ରଖିବା ବେଳେ ଶିକ୍ଷକ ସନାତନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |ସପ୍ତାହେ ବ୍ୟାପି ପିଲାମାନଙ୍କ ମଧ୍ୟରେ କରାଯାଇଥିବା ଚିତ୍ରାଙ୍କନ, ସାଧାରଣଜ୍ଞାନ, ପ୍ରବନ୍ଧ ଲିଖନ, ବକ୍ତୃତା ପ୍ରତିଯୋଗିତା ପାଇଁ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା |ମା ପାଇଁ ଗଛ ଟିଏ ଶୀର୍ଷକ ରେ ସ୍ୱରଚିତ କବିତା ପାଠ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯିବା ସହ ବିଦ୍ୟାଳୟ ପରିବେଶ ଓ ବୃକ୍ଷ ରୋପଣର ଦାଇତ୍ୱ ପାଇଁ ସପ୍ତମ ଶ୍ରେଣୀର ଦେବବ୍ରତ ରାଉତ ଙ୍କୁ ବିଦ୍ୟାଳୟ ସ୍ତରୀୟ "ପ୍ରକୁତି ବନ୍ଧୁ"ସମ୍ମାନ ରେ ସମ୍ମାନୀତ କରାଯାଇଥିଲା |ଶେଷରେ ବିଦ୍ୟାଳୟ ପରିସରରେ ଫଳ ଓ ଔଷଧିୟ ବୃକ୍ଷ ରୋପଣ କରାଯାଇଥିଲା |
