ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାଇ ଶ୍ରୀକ୍ଷେତ୍ରରେ ଗୁରୁପୂର୍ଣ୍ଣିମା ଉତ୍ସବ

ଢେ଼ଙ୍କାନାଳ, 10/07/2025, ଉତ୍କଳ voice news - utkalvoicenews.com
Article Image
ଗୁରୁ ପୂର୍ଣ୍ଣିମା ଅବସରରେ ଶ୍ୟାମାଚରଣପୁରସ୍ଥିତ ସାଇ ଶ୍ରୀକ୍ଷେତ୍ରରେ ମହାସମାରୋହରେ ସାଇବାବାଙ୍କର ମନ୍ଦିରରେ ବହୁ ସଂଖ୍ୟକ ମହିଳାମାନେ ସାଇ ପାରାୟଣ ଓ ସାଇ ସତ୍ୟନାରାୟଣ ପୂଜା ସହ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସଂଧ୍ୟାରେ ସାଇବାବାଙ୍କ ପାଲିଙ୍କି ଶୋଭାଯାତ୍ରାରେ ବାହାରି ନଗର ଭ୍ରମଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ୟାମଚରଣପୁର ସାଇ ଶ୍ରୀକ୍ଷେତ୍ର ପରିବାର ଆନୁକୂଲ୍ୟରେ ହୋଇଥିଲା । ସାଇ ପରିବାର ତରଫରୁ ସମସ୍ତ ସାଇପ୍ରେମୀ ଓ ଭକ୍ତମାନଙ୍କୁ ସଭାପତି ଅକ୍ଷୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
1