ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲସ କଲେଜରେ ଷ୍ଟାର୍ଟ ଅଫ ଓଡିଶା ପ୍ରୋଗ୍ରାମ

ବୁଗୁଡା, 10/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡା ପିପୁଲସ କଲେଜର ସମ୍ମିଳନୀ କକ୍ଷରେ ଜୁଲାଇ ୧୦ ତାରିଖ ଦିନ ଷ୍ଟାର୍ଟ ଅଫ ଓଡିଶା ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଏହି ନବଚିନ୍ତନ ଓ ସମସ୍ୟା ସମାଧାନ କୌଶଳ ବୃଦ୍ଧି ନିମନ୍ତେ ମାନସ ମନ୍ଥନ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମସ୍ତ ବିଭାଗର ମୁଖ୍ୟ ଅଧ୍ୟାପକ ବୃନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସାଧନ କର୍ମୀ ଭାବେ ଅର୍ଥନୀତି ବିଭାଗ ଅଧ୍ୟାପକ ଶଙ୍କର କୁମାର ପରିଡା ଯୋଗଦେଇଥିବା ବେଳେ ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ସହଯୋଗ କରିଥିଲେ। ଉଦଘାଟନୀ ଭାଷଣରେ ପ୍ରିନ୍ସପାଲ ଡକ୍ଟର ମିଶ୍ର ତାଙ୍କର ଜଣେ ବନ୍ଧୁ ବୁଲିଯାଇଥିବା ବେଳେ ବନ୍ଧୁଙ୍କ ଅର୍ଥ ଶେଷ ହୋଇଯିବା ଯୋଗୁଁ ନିଜର କୌଶଳ ପ୍ରୟୋଗ କରି କିପରି ଅର୍ଥ ଉପାର୍ଜନ କରି ଫେରିଥିବା ବେଳେ ଅନ୍ୟଜଣେ ଗୋବରକୁ ଶୁଖାଇ ବିଭିନ ସୁଗନ୍ଧ ସାମଗ୍ରୀ ମିଶାଇ ତାହାକୁ ବିକ୍ରି କରି ଆତ୍ମନିର୍ଭରଶୀଳ ହୋଇପାରିଥିବା ପ୍ରକାଶ କରିଥିଲେ। ଏହି ବିଷୟ ନେଇ ଅଧ୍ୟାପକ ଶ୍ରୀ ପରିଡା ଓ ଶ୍ରୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ଏହି କାର୍ଯ୍ୟକ୍ରମ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଛାତ୍ରଛାତ୍ରୀମାନେ ନିଜେ କିମ୍ବା ମିଳିତ ଭାବେ ରୋଜଗାରର କିଛି ନୂତନ ଚିନ୍ତାଧାରା ଅଳ୍ପ ଦିନ ମଧ୍ୟରେ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବୃନ୍ଦଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ ବୃନ୍ଦ ମଧ୍ୟ ଯୋଗଦେଇଥିଲେ।
Article Image
Article Image
8