ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୁଗୁଡ଼ା, 11/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ପ୍ରସିଦ୍ଧ ଶୈବ ପୀଠ କୁବରେଶ୍ୱର୍ ପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଅନନ୍ତ କର ମୁଖ୍ୟ ଅତିଥି, ପ୍ରକୃତି ବନ୍ଧୁ ଗୋପାଳ ଚନ୍ଦ୍ର ପାତ୍ର, ଶିକ୍ଷାବିତ୍ ରାମଚନ୍ଦ୍ର ସାହୁ, ନିଉ ଏରା ପବ୍ଲିକ ସ୍କୁଲ ର ସ୍କାଉଟ ଶିକ୍ଷକ ବୈଷ୍ଣବ ଚରଣ ଦାଶ, ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ପୂର୍ଣ୍ଣକାଳୀନ ବିସ୍ତାରକ ଚନ୍ଦନ କୁମାର ସ୍ୱାଇଁ ଏବଂ ପୂର୍ଣ୍ଣକାଳୀନ ବିକ୍ରମ ସେଠି, ଆଶୁତୋଷ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ର ମାହାତ୍ମ୍ୟ ସମ୍ପର୍କରେ ବୁଝାଇଥିଲେ। ବିଶ୍ୱକୁ ରକ୍ଷା କରିବାର ଏକ ମାତ୍ର ମାଧ୍ୟମ ହେଉଛି ବ୍ୟାପକ ବୃକ୍ଷରୋପଣ। ଏହି ମତ ପ୍ରକାଶ ପାଇଥିଲା। ପ୍ରକୃତି ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କେ ପୁଷ୍ପା ପାତ୍ର ପ୍ରଥମ, ମାନସ କୁମାର ଦାଶ ଦ୍ଵିତୀୟ, ତୃପ୍ତିରାଣି ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। କିଛି ବୃକ୍ଷ ମଧ୍ୟ ରୋପଣ କରାଯାଇଥିଲା। ଶେଷରେ ଅମ୍ରିତ ସାଗର ପାତ୍ର ଧନ୍ୟବାଦ୍ ଦେଇଥିଲେ। ମାଇ ଭାରତ ତରଫରୁ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା ଏଥିରେ ଶ୍ରୀକର ଭଞ୍ଜ ଓପନ ୟୁନିଟ ଓ ନିଉ ଏରା ପବ୍ଲିକ ସ୍କୁଲ ର ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ ।
Article Image
Article Image
10