ଏରସମା, 11/07/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ୪ନଂ ଜୋନ୍ ବିଜୁ ଜନତା ଦଳ ପକ୍ଷରୁ ଜଟାଧାର ସମୁଦ୍ର ବେଳାଭୂମି ଠାରେ ଏକ ସବୁଜ ଓଡ଼ିଶା ସୁସ୍ଥ ଓଡ଼ିଶା ଗଠନ ନିମନ୍ତେ ବୃକ୍ଷ ରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ଜଳବାୟୁ ପରିବର୍ତ୍ତନ ହେବା ଯୋଗୁଁ ଋତୁ ଚକ୍ରରେ ପରିବର୍ତ୍ତନ ହେଉଛି।ଠିକ୍ ସମୟରେ ବର୍ଷା,ଶୀତ ନହେବା ଓ ଗ୍ରୀଷ୍ମ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ବ୍ୟାପକ ଭାବେ ବୃକ୍ଷ ରୋପଣର କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଏରସମା ବ୍ଲକ ବିଜେଡ଼ି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରିତବାସ ଗଛାୟତ,ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା,ବାଲିକୁଦା-ଏରସମା ଯୁବ ବିଜେଡ଼ି ସଭାପତି ପାର୍ଥ ସାରଥୀ ରାଉତ,ସମବାୟବିତ୍ ସମୀର ରଞ୍ଜନ ସ୍ବାଇଁ,ଗଡ଼ କୁଜଙ୍ଗ ସରପଞ୍ଚ କବିତା ଦାସ,ଜିଲ୍ଲା ଉପସଭାପତି ବିଜୟ କୁମାର ପାଲ୍ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ଶିଶୁ ଟିଏ ବୃକ୍ଷ ଟିଏ ବୋଲି ତୁଳନା କରିଥଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ କିଶୋର କୁମାର ପରିଡ଼ା,ବିଭୁ ରଞ୍ଜନ ସାମନ୍ତରାୟ,ସଞ୍ଜୟ କୁମାର ମହାନ୍ତି,ହରିହର ଲିଙ୍ଗରାଜ ମହାନ୍ତି,ଗୋପୀନାଥ ସାମନ୍ତରାୟ,ଯଦୁନାଥ ଖଟୁଆ,ସମିତି ସଭ୍ୟ ବିକ୍ରମ ମହାପାତ୍ର,ତନ୍ମୟ ସ୍ବାଇଁ,ଅକ୍ଷୟ ବେହେରା,ଯୁବ ସମାଜସେବୀ ଗଣେଷ ରାଉତ,ଡ଼ ତମିଲ୍ ପ୍ରଧାନ,ପ୍ରକାଶ ଚନ୍ଦ୍ର ଦାସ,ବୁଟୁଲାଲ ମହାପାତ୍ର ପ୍ରମୁଖ ସମେତ ବାଲିତୁଠ ୪ନଂ ଯୋନର ୧ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।
