ତିର୍ତୋଲ, 11/07/2025, ଉତ୍କଳ voice news - utkalvoicenews.com( ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :

ଆଗକୁ ଆସୁଛି ବୋଲବମ୍ , ସମସ୍ତ କାଉଡ଼ିଆ ମାନଙ୍କ ମନରେ ଉତ୍ସାହ ଥିବାବେଳେ ଏବେ ମନରେ ଭୟ ଉପୁଜିଛି।ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିକଟସ୍ଥ ମହାନଦୀରେ ଏକ ବିରାଟକାୟ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି । କୁମ୍ଭୀର କୁ ଦେଖି ମହାନଦୀ ନିକଟସ୍ଥ ଅଞ୍ଚଳରେ ଏକରକମ ଆତଙ୍କର ବାତାବରଣ ଦେଖା ଦେଇଛି । ମହାନଦୀ ଉପ ରେ ନୂତନ ଭାବେ ର୍ନିମାଣ ହେଉଥୁବା ପୋସଲରୁ ର୍ତିତ୍ତୋଲକୁ ସଂଯୋଗ କରୁଥିବା ନୂତନ ବ୍ରିଜ୍ ନିକଟ ମହାନଦୀରେ ଏକ ବିରାଟକାୟ କୁମ୍ଭୀରକୁ ଦେଖିଥିଲେ ଲୋକେ । ଆଜି ଦିନ ପ୍ରାୟ ସାଢ଼େ ୧ଟା ବେଳେ ଏହି କୁମ୍ଭୀରଟି ମହାନଦୀ ଜଳରେ ପହଁରୁଥିବା ଦେଖିବାକୁ ପାଇଥିଲେ କିଛି ପଥଚାରୀ । କିଛିକ୍ଷଣ ମଧ୍ୟରେ ଏକଥା ବିଜୁଳି ବେଗରେ ଚାରିଆଡ଼େ ଖେଳିଯିବାରୁ କୁମ୍ଭୀରଟିକୁ ଦେଖିବା ପାଇଁ ମହାନଦୀର ପୋସଲ ର୍ତିତ୍ତୋଲ ନୂତନ ବ୍ରିଜ୍ ନିକଟରେ ନାହିଁ ନଥୁବା ଭିଡ଼ ଜମାଇଥୁଲେ ଲୋକେ । ଏନେଇ ମହାନଦୀ ନିକଟବର୍ତ୍ତୀ ନଦୀ କୂଳୀଆ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଥିବା ବେଳେ ଧୋୟାଞ୍ଚଳ ଓ ର୍ତିତ୍ତୋଲ ଅଞ୍ଚଳ ଲୋକଙ୍କ ମଧ୍ୟରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଥୁବା ଚର୍ଚ୍ଚାର ବିଷୟ ବିଷୟ ପାଲଟିଛି । ଶ୍ରାବଣ ମାସ ଆରମ୍ଭ ହୋଇଥିଲା ବେଳେ ସମସ୍ତ ବୋଲବମ୍ ଭକ୍ତଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି।ସମସ୍ତ କାଉଡିଆ ମାନେ ପାଣି ତାର୍ତ୍ତୋଲ ନଦୀରୁ ପାଣି ଉଠାନ୍ତି।ଏକ ଭୟାବହ ବାର୍ତ୍ତା ବରଣ ସୃଷ୍ଟି ହୋଇଛି।