ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଶ୍ରୀ ଲୋକନାଥ ଶିକ୍ଷାଶ୍ରମ ରେ ବୃକ୍ଷ ରୋପଣ ଓ ସ୍ଵଛତା କିଟ୍ ବଣ୍ଟନ

ପାରାଦୀପ ଗଡ, 12/07/2025, ଉତ୍କଳ voice news - utkalvoicenews.com
Article Image
ଭାରତୀୟ ତୈଳ ନିଗମ ପାରାଦୀପ ତରଫରୁ ପାରାଦୀପ ଗଡ ଠାରେ ଅବସ୍ଥିତ ଶ୍ରୀ ଲୋକନାଥ ଶିକ୍ଷାଶ୍ରମ ରେ ଅଧ୍ୟୟନ କରୁଥିବା ୪୨ ଜଣ କୁନି କୁନି ପିଲା ମାନଙ୍କୁ ଭାରତୀୟ ତୈଳ ନିଗମ ପାରାଦୀପ ଟର୍ମିନାଲ ପକ୍ଷରୁ ସ୍ଵଛତା ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ପାରାଦୀପ ଶିଳ୍ପ ବନ୍ଦର ନଗରୀ ରେ ଜଳ, ସ୍ଥଳ ଓ ବାୟୁ ମଣ୍ଡଳ ପଦୃଷିତ ହୋଇଗଲାଣି ଏଥିପାଇଁ ଏ ଅଞ୍ଚଳ ର ଜନସାଧାରଣ ବିଭିନ୍ନ ରୋଗ ବ୍ୟାଧିର ଶୀକାର ହେଉଛନ୍ତି l ନିଜକୁ ନିଜେ ପରିଷ୍କାର ପରିଚ୍ଛନ୍ନ ରହିଵା ପାଇଁ ସଚେତନ ହେବା ସହିତ ବ୍ୟାପକ ବୃକ୍ଷ ରୋପଣ କରିବାକୁ ସେ ଅନୁରୋଧ କରିଥିଲେ l ବିପିସିଏଲ୍ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ "ସ୍ୱଚ୍ଛତା କିଟ୍" ବଣ୍ଟନ କରାଯାଇଥିଲା l ଅନ୍ୟ ମାନଙ୍କ ବିପିସିଏଲ ପାରାଦୀପ ଟର୍ମିନାଲ ର ମ୍ୟାନେଜର ଶ୍ରୀଯୁକ୍ତ ଦୀପକ ମହାପାତ୍ର, ସି.ଏସ,ଆର, ମ୍ୟାନେଜର ପୃଥ୍ବୀରାଜ ଦାସ ଓ କମ୍ପାନୀ ର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଆଶ୍ରମ ର ଅଧିକ୍ଷକ ଦିଲ୍ଲୀପ କୁମାର ଗୋଛାୟତ, ରତିକାନ୍ତ ସ୍ୱାଇଁ, ତାପଶି ନାୟକ, ମନିଶା ଗୋଛାୟତ ଓ ବିଚିତ୍ର ପ୍ରଧାନ, ରାଜେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲ l
Article Image
Article Image
Article Image
10