ରାହାମା, 13/07/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ଜାତୀୟ ସ୍ତରୀୟ ସ୍ବେଛାସେବୀ ଅନୁଷ୍ଠାନ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜଗତସିଂହପୁର ଉପଜିଲ୍ଲାପାଳ ମହୋଦୟ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ ଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଭାରତର ସମସ୍ତ ନାଗରିକ ଙ୍କ ପାଇଁ ସମାନ ସଂହିତା ସମାନ ଅଇନି, ଦୁଇଟି ସନ୍ତାନ ଅଇନି ଲାଗୁ କରିବା ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି।ଫାଉଣ୍ଡେସନ ର ସଭାପତି ଶ୍ରୀମତୀ ପୁଷ୍ପା ରାଉତରାୟ ଙ୍କ ନେତୃତ୍ୱରେ ସଂଗଠନ କର୍ମକର୍ତ୍ତା ଅଭୟ କୁମାର ସାହୁ, ଦେବସ୍ନାନ କାର୍ତ୍ତିକ କୁମାର ସାହୁ ଇତ୍ୟାଦି ଉପଜିଲ୍ଲାପାଳ ଙ୍କୁ ପ୍ରତ୍ୟକ୍ଷ ସାକ୍ଷାତ କରି ଦାବିପତ୍ରରେ ଉଲେଖ ଥିବା ଦାବି ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ।