ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିକ୍ଷକ ଅଭାବରୁ ଗେଟରେ ତାଲା ପକାଇଲେ ଅବିଭାବକ।

ସିଜୁ, 14/07/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୋଠୀ ପଞ୍ଚାୟତ ସିଜୁ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ଅବିଭାବକ ମାନେ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ।ତେବେ ୧୯୩୬ମସିହାରୁ ନିର୍ମିତ ଏହି ବିଦ୍ୟାଳୟରେ ପୂରାତନ ଛାତ୍ର,ଛାତ୍ରୀ ମାନେ ଶିକ୍ଷା ଅର୍ଜ୍ଜନ କରି କିଏ ସରକାରୀ କର୍ମଚାରୀ ଭାବେ ନିଯୁକ୍ତି ପାଇଛନ୍ତି ତ ଆଉ କିଏ ବେସରକାରୀ କର୍ମଚାରୀ ଭାବେ ନିଯୁକ୍ତି ପାଇଛନ୍ତି।ମାତ୍ର ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଜୁରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ରହିଛି ଓ ଛାତ୍ର,ଛାତ୍ରୀ ମାନେ ପାଠ ପଢିବା ପାଇଁ ଆସୁଛନ୍ତି।ତେବେ ଏହି ବିଦ୍ୟାଳୟରେ ମୋଟ୍ ୭୧ଜଣ ଛାତ୍ର,ଛାତ୍ରୀ ମାନେ ପାଠ ପଢୁଥିବା ବେଳେ ମାତ୍ର ୩ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି।ମାତ୍ର ପାଠ ପଢ଼ାରେ ବାଧା ସୃଷ୍ଟି ହେବାରୁ ଅଭିଭାବକ ମାନେ କୁଜଙ୍ଗ ବ୍ଲକ୍ ଶିକ୍ଷା ବିଭାଗ ମଣ୍ଡଳ ଅଧିକାରୀଙ୍କୁ ବାରମ୍ୱାର ଅବଗତ କରାଇଥିଲେ ମଧ୍ଯ ଏପର୍ଯ୍ୟନ୍ତ କୌଣସି ଶିକ୍ଷକ ନିଯୁକ୍ତି ହୋଇ ନାହାଁନ୍ତି।ଯାହାକୁ ନେଇ ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଜୁର ମୁଖ୍ୟ ଫାଟକରେ ତାଲା ପକାଇ ଅବିଭାବକ ମାନେ ଧାରଣାରେ ବସିଥିଲେ।ଖବର ପାଇ ଧାରଣା ସ୍ଥଳରେ ଅତିରିକ୍ତ ଶିକ୍ଷା ଅଧିକାରୀଣୀ ପ୍ରତିମା ସୂତାର ପହଞ୍ଚିବା ସହ ଆସନ୍ତା ଦୁଇ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୁତ ହୋଇଥଲା ଓ ବିଦ୍ୟାଳୟର ମୁଖ୍ୟ ଫାଟକରୁ ତାଲା ଖୋଲିଥିଲେ ଅବିଭାବକ ମାନେ।ଏଥିସହିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଜୁକୁ ଶିକ୍ଷକ ମାନେ ସଠିକ୍ ସମୟରେ ଆସୁନାହାନ୍ତି।ବିଦ୍ୟାଳୟରେ ହୋଇଥିବା ଅବବ୍ୟସ୍ତାକୁ ସୁଧାରିବା ସହ ଦୁଇ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ନ କରନ୍ତି ତାହେଲେ ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଠପ୍ କରିଦେବେ ବୋଲି ସଭାପତି ପ୍ରଶାନ୍ତ କୁମାର ନାୟକ,କୈଳାଶ ନାୟକ,ଅମୂଲ୍ୟ ସ୍ବାଇଁ,ସୁଜିତ୍ କୁମାର ପାଲ୍,ଲିପ୍ସା ରାଣୀ ରାଉତ,ଅନୁସୟା ତାରାଇ ପ୍ରମୁଖ ପ୍ରକାଶ କରିଛନ୍ତି।
Article Image
Article Image
Article Image
1