ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋପୀନାଥ ବିଦ୍ୟାପୀଠରେ ମା' ପାଇଁ ଗଛ ଟିଏ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୁଗୁଡ଼ା, 14/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ସ୍ଥିତ ଶ୍ରୀ ଗୋପୀନାଥ ବିଦ୍ୟାପୀଠରେ ୭୬ତମ ମା' ପାଇଁ ଗଛ ଟିଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ଗଛଟିଏ ମୁଁ ଗଛ ଟିଏ ଏକ ସୁନ୍ଦର ଗୀତା ପରିବେଷଣ କରାଯାଇଥିଲା,ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ଦାସ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବନପାଳ କ୍ଷୀରୋଦ କୁମାର ଗୌଡ଼, ବନରକ୍ଷୀ ପ୍ରିୟଙ୍କା ବେହେରାଦଳାଇ, ଯସଶ୍ଵିନି ସାହୁ, ମୂଖ୍ୟବକ୍ତା ଭାବେ ବରଗାଁ ହାଇସ୍କୁଲ ଶିକ୍ଷକ ବିଦେଶୀ ସାହୁ, ସମ୍ମାନୀତ ଅତିଥି ଭାବେ ତାଳସାକର ହାଇସ୍କୁଲ ଶିକ୍ଷକ ଗୋପାଳ ପାତ୍ର, ରମେଣ୍ଡା କ୍ଲଷ୍ଟର ସି ଅର୍ ସି ସି ଶୁଶାନ୍ତ ସେଠୀ,ବେଲଗୁଣ୍ଠା ସ୍ଵାମୀ ବିବେକାନନ୍ଦ ଶିକ୍ଷା ନିକେତନ ର ଶିକ୍ଷକ କାଶୀନାଥ ସାହୁ,ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା ପଞ୍ଚସଖା ଶିକ୍ଷାସେତୁ ସଭାପତି ବାବୁଲି ମହାରଣା,ମୋଟାବାଡି ପଞ୍ଚାୟତର ସରପଞ୍ଚ ପିଣ୍ଟୁ କୁମାର ସେଠୀ,ସମିତି ସଭ୍ୟ ଶିବଶଙ୍କର ପ୍ରଧାନ, ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ର ମାହାତ୍ମ୍ୟ ସମ୍ପର୍କରେ ବୁଝାଇଥିଲେ। ସାରା ବିଶ୍ୱକୁ ରକ୍ଷା କରିବାର ଏକ ମାତ୍ର ମାଧ୍ୟମ ହେଉଛି ବ୍ୟାପକ ବୃକ୍ଷରୋପଣ। ଏହି ମତ ପ୍ରକାଶ ପାଇଥିଲା। ପରି ଶେଷରେ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ସାମଲ ଧନ୍ୟବାଦ୍ ଦେଇଥିଲେ।
Article Image
1