ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଗଦିଆ ଗ୍ରାମର ପୂଜା ମଣ୍ଡପରେ ବିରାଜମାନ କଲେ ପ୍ରଭୁ କାର୍ତ୍ତିକ ଶ୍ୱର।

ବଗଦିଆ, 11/11/2024, ଉତ୍କଳ voice news - utkalvoicenews.comବଗଦିଆ କାର୍ତ୍ତିକ ଶ୍ୱର ପୂଜା କମିଟି ପକ୍ଷରୁ ୪୦ତମ ପୂଜା ଅନୁଷ୍ଠିତ।କାର୍ତ୍ତିକ ଶ୍ୱର ପୂଜା ପାଇଁ ଚଳ ଚଞ୍ଚଳ ହୋଇ ପଡ଼ିଛି ଗାଁଠୁ ସହର ପର୍ଯ୍ୟନ୍ତ।ସାଜ ସଜାରେ ସଜେଇ ହୋଇ ବିରାଜ ମାନ କରିଛନ୍ତି ପ୍ରଭୁ କାର୍ତ୍ତିକ ଶ୍ୱର।ଘଣ୍ଟ,ଘଣ୍ଟା,ଝାଞ୍ଜ,ମୃଦଙ୍ଗ,ଶଙ୍ଖ ହୁଳହୁଳି,ହରିବୋଲ ସାଙ୍ଗକୁ ଗୋପାଳ ପୁଅଙ୍କ ନଉଡ଼ି ନୃତ୍ୟରେ ପ୍ରକମ୍ପିତ ହୋଇ ଉଠୁଛି ଗାଁ ଦାଣ୍ଡ ଓ ଭକ୍ତି ପୀଠ।ଏପରି ଭକ୍ତିମେୟ ପରିବେଶ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଗଦିଆ ପଞ୍ଚାୟତ ବଗଦିଆ ଗ୍ରାମର କାର୍ତ୍ତିକ ଶ୍ୱର ପୂଜା ମଣ୍ଡପରେ। ତେବେ ଏହି କାର୍ତ୍ତିକ ଶ୍ୱର ପୂଜା କମିଟିର ସଦସ୍ୟ ମାନେ ପ୍ରଥମେ ବଗଦିଆ କାର୍ତ୍ତିକ ଶ୍ୱର ପୂଜା ମଣ୍ଡପର ଠାରୁ କଳସୀ ଯାତ୍ରାରେ ବାହାରି ଡାଳିମ୍ବପୁର ସ୍ଥିତ ହଳଦୀ ପାଣି ନଦୀରୁ ଜଳ ବିଶେଖ କରି ପୂଜା ମଣ୍ଡପରେ ପହଞ୍ଚିଥିଲେ।ମାତ୍ର ଏହି ପୂଜାରେ ମଣ୍ଡପରେ କର୍ତ୍ତା ଭାବେ ପ୍ରଦୀପ୍ତ କୁମାର ସାହୁ ଓ କର୍ତ୍ତି ଭାବେ ମିନତୀ ସାହୁ କାର୍ତ୍ତିକ ଶ୍ୱର ପୂଜା କମିଟି ବଗଦିଆର ସଦସ୍ୟ କାହ୍ନା ବିଶ୍ଵାଳ,ନୀଳମଣି ସାହୁ,ନବଘନ ମହାରଣା,ଚନ୍ଦନ କୁମାର ସାହୁ,ବୁଦ୍ଧିଆ ସାହୁ,ରିତୁ ରଞ୍ଜନ ସ୍ବାଇଁ,ମନୋଜ କୁମାର ସାହୁ,କାଳନ୍ଦୀ ଭୁଜବଳ ଓ କାଳନ୍ଦୀ ଭୁଁଆ ପ୍ରମୁଖ ସହଯୋଗ କରିଥିଲେ।ତେବେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହି କାର୍ତ୍ତିକଶ୍ୱର ଭଗବାନଙ୍କ ପୂଜାକୁ ବିଭିନ୍ନ ସ୍ଥାନରେ ପାଳନ କରି ଆସୁଥିବା ବେଳେ ଚଳିତ ବର୍ଷ ନିଷ୍ଠାର ସହ କାଷ୍ଟାରେ ରହି କାର୍ତ୍ତିକ ଶ୍ୱର ପୂଜା କମିଟି ବଗଦିଆରେ ଏହି ପୂଜାକୁ ବହୁ ଆଢ଼ମ୍ୱର ସହାକାରେ ପାଳନ କରିଥିବା ପ୍ରକାଶ କରିଛନ୍ତି।
Article Image
1