ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସଡ଼କ (ସୁରକ୍ଷା ମାସରେ )ରକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ତିର୍ତୋଲ, 16/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଆଦିକବି ସାରଳାଦାସ ଭବନ,ତେନ୍ତୁଳିପଦା ସଭାଗୃହରେ ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ପାଧିକରଣ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ସଡ଼କ ସୁରକ୍ଷା ମାସ ୨୦୨୫ ଅବସରରେ ଏକ ଦିବସୀୟ ରକ୍ଷକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା।
Article Image
ସଡ଼କ ସୁରକ୍ଷା ପରିବାର ରକ୍ଷା ମୁଖ୍ୟ ଉଦ୍ୟସ ଥିଲା। ଓଡିଶା ଷ୍ଟିବେଣ୍ଡର ଲିମିଟେଡ଼( OSL ) ଗ୍ରୁପ ଓ ମଦର ଟେରସା ସହ ଯୋଗିତା ରେ ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି ଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥିଭାବେ ତିର୍ତୋଲ ତହସିଲଦାର ସୁଧାଂଶୁଶେଖର ସାଓ ଉଦ୍ଘାଟନ କରିଥିବା ବେଳେ ଜାତୀୟ ସ୍ବେଛାସେବୀ ଅନୁଷ୍ଠାନ ମଦର ଟେରେସା ଫାଉଣ୍ଡେସନର ରାଜ୍ୟ ଅଧ୍ୟକ୍ଷ ସମାଜସେବୀ ଡ଼ଃ ସୁନାକର ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
Article Image
ଉକ୍ତ ପ୍ରଶିକ୍ଷଣ ଶିବିରରେ ସଂମ୍ମାନିତ ଅତିଥିଭାବେ ସଡ଼କ ସୁରକ୍ଷା ପ୍ରଶିକ୍ଷକ ସଂଜୀବ କୁମାର କର ଓ ହିମାଂଶୁ ଶେଖର ମହାନ୍ତି, ନେହେରୁ ଯୁବକେନ୍ଦ୍ର ନିର୍ଦେଶକ ନିଖିଲ କୋକୁଲ,ଆଇନୀଜୀବୀ ଅମର ଜ୍ୟୋତି ସାହୁ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ଥାନାର ସହ ଆରକ୍ଷୀ ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ସୌମ୍ୟପ୍ରକାଶ ନାୟକ,ସିଭିଲ ଡିଫେନ୍ସର ଗୌରହରୀ ନନ୍ଦ ଉପସ୍ଥିତ ଥିଲେ ।ଏହି ପ୍ରଶିକ୍ଷଣ ଶିବିରରେ ଶତାଧିକ ଗାଡିଚାଲକ,ସିଭିଲ ଡିଫେନ୍ସ ସ୍ବେଛାସେବି ଓ ରକ୍ଷକ ମାନଙ୍କୁ ପ୍ରଶିକ୍ଷକ ନିରଞ୍ଜନ ବିଶ୍ୱାଳ ଓ ସାରଦା ଅଧିକାରୀ ସଡ଼କ ସୁରକ୍ଷା ଓ ସଚେତନତା,ସଡ଼କ ଦୃଘଟଣା ଜନିତ ଆଘାତ ପ୍ରାପ୍ତ ବ୍ୟକ୍ତି ଙ୍କ ପ୍ରାଥମିକ ଚିକିତ୍ସା,ଗୋଲଡେନ ଆୱାର ମଧ୍ୟରେ ନିକଟସ୍ଥ ଚିକିତ୍ସାଳୟକୁ ସ୍ଥାନାନ୍ତର କିପରି କରିବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଦୁଇଟି ପର୍ଯ୍ୟୟରେ ଉକ୍ତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।
1