ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାପ କାମୁଡା ଓ ବଜ୍ରାଘାତ ରୁ ଜୀବନ ରକ୍ଷା ନିମନ୍ତେ ସଚେତନତା ଶିବିର

ଢେଙ୍କାନାଳ, 15/07/2025, ଉତ୍କଳ voice news - utkalvoicenews.com
Article Image
ମଙ୍ଗଳବାର ଦିନ ଗାଁନ୍ଦିଆ ବ୍ଲକ୍ ର ସୋରିଶିଆପଦା ଗ୍ରାମ ପଞ୍ଚୟତରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ " ପ୍ରିୟ " ସ୍ବେଚ୍ଛାସେବୀ ସଂଗଠନ ର ମିଲିତାନୁକୁଲ୍ୟ ରେ ସାପ କାମୁଡା ଓ ବ୍ରଜାଘାତ ରୁ ଜୀବନ ରକ୍ଷା ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିର ରେ ପଞ୍ଚାୟତରାଜ ର ସଭ୍ୟ, ସଭ୍ୟା, ଅଙ୍ଗନବାଡି ଓ ଆଶା କର୍ମୀ, ସ୍ଵଂୟ ସହାୟକ ଗୋଷ୍ଠୀ ର ମାଆ ମାନେ , ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରଦୀପ କୁମାର ରାଉତ ଓ ସମିତି ସଭ୍ୟା ଦସମା କାଲୁଣ୍ଡିଆ ଉପସ୍ଥିତ ରହି ସଚେତନତା ବାର୍ତ୍ତା ବୁଝାଇ କହିଥିଲେ। " ପ୍ରିୟ" ର ନିର୍ଦେଶକ ଟଙ୍କଧର ବାରିକ ଫ୍ଲେକ୍ସ ଓ ପ୍ରଚାର ପତ୍ର ମାଧ୍ୟମରେ ସାପ କାମୁଡା ଓ ବ୍ରଜଘାତ ରେ କଣ କରିବା ଦରକାର ଓ କଣ ନ କରିବା ଦରକାର ବୁଝାଇ କହିଥିଲେ ପୁନଶ୍ଚ ପଞ୍ଚାୟତ ହାଇ ସ୍କୁଲ ସୋରିଶିଆପଦା ଠାରେ ସମାନ ଭାବେ ଆଉ ଏକ ସଚେତନତା ସଭା କରାଯାଇଥିଲା। ପୂର୍ବତନ ପ୍ରଧାନ ଶିକ୍ଷକ ଯଦୁମଣି ମହନ୍ତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ପ୍ରଚାର ପତ୍ର ବଣ୍ଟନ କରିଥିଲେ। ଉକ୍ତ ଦୁଇଟି କାର୍ଯକ୍ରମ କୁ ଇଲନପ୍ରଭା ସେନାପତି, ଅନ୍ନପୂର୍ଣା ଧଳ, ସୋନାଲି ଧଳ, ସୌଭାଗ୍ୟ ଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ଲକ୍ଷ୍ମୀପ୍ରିୟା ନାୟକ ସହଯୋଗ କରିଥିଲେ।
1