ରାହାମା, 15/07/2025, ଉତ୍କଳ voice news - utkalvoicenews.com
ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତରେ ଭାରତୀୟ ଜନତା ଦଳର ଯୁବ ସଂଗଠକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସ୍ୱାଇଁ ଙ୍କୁ ପଞ୍ଚାୟତ ପ୍ରମୁଖ ଓ ସହପ୍ରମୁଖ ଭାବେ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଗଙ୍ଗାଧର ସ୍ୱାଇଁ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।ମାନ୍ୟବର ପାରାଦ୍ୱୀପ ବିଧାୟକ ତଥା ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମହୋଦୟ ଉଭୟଙ୍କ ସାଙ୍ଗଠନିକ କାର୍ଯ୍ୟ ଦକ୍ଷତା ପ୍ରତି ପୂର୍ଣ୍ଣ ଆସ୍ଥା ପ୍ରକଟ କରି ବିଜେପିର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ଦାୟିତ୍ତ୍ୱ ପ୍ରଦାନ କରିଛନ୍ତି।ସାଇଲୋ ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣ ଓ ବିଜେପି ପରିବାର ତରଫରୁ ମନ୍ତ୍ରୀ ମହୋଦୟ ଙ୍କୁ ସାଧୁବାଦ ଓ କୃତଜ୍ଞତା ପ୍ରଦାନ ସହ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପଞ୍ଚାୟତ ପ୍ରମୁଖ ଓ ସହ ପ୍ରମୁଖ ଆଗାମୀ ଦିନରେ ଦଳର ସଂଗଠନ କୁ ବଳିଷ୍ଠ ଓ ସୁଦୃଢ କରିବାରେ କୃତ୍ତକାର୍ଯ୍ୟ ହେବା ନିମନ୍ତେ ବିପୁଳ ସଂମ୍ମାନ ଓ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।