କୁଜଙ୍ଗ, 16/01/2025, ଉତ୍କଳ voice news - utkalvoicenews.comକୁଜଙ୍ଗ ବ୍ଲକ ଅନ୍ତର୍ଗତ ହଂସୁରା ଗ୍ରାମପଞ୍ଚାୟ ହଂସୁରା ଗ୍ରାମର ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟର ଜନପ୍ରିୟ ଛାତ୍ର ବତ୍ସଳ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଯତୀନ୍ଦ୍ର ନାଥ ଦାସ ଙ୍କ ସହଧର୍ମିଣୀ ଦିବଂଗତ ସୁଧାରଣୀ ଦାସ ଙ୍କର ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଅଛି।
ଏହି ସ୍ମୃତିଚାରଣ ସଭାରେ ଦିବ୍ୟଜୀବନ ସଂଘର ବରେଣ୍ୟ ସନ୍ଥ ସ୍ୱାମୀ ଶିବଚ୍ଚିଦାନନ୍ଦ ଜି ମହାରାଜ, ସ୍ୱାମୀ ଗୁରୁ ପ୍ରସାଦାନନ୍ଦ ଜି ମହାରାଜ ଓ ଶ୍ରୀଲ୍ଲମଠ ର ମଠାଧୀସ ବାବାଜୀ ନିମାଇଁ ଚରଣ ଦାସ ଉପସ୍ଥିତ ରହି ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିବାସହିତ ପରିବାର ବର୍ଗଙ୍କୁ ଆଶ୍ରିବଚନ ପ୍ରଦାନ କରି ବିଭୁକୃପା ଭିକ୍ଷା କରିଥିଲେ ।
ପରିବାରର ବଡ଼ ଝିଅ ଚୌଧୁରୀ ଯଶୋଦାରାଣୀ,ଜ୍ୟେଷ୍ଠ ପୁତ୍ର ଚୌଧୁରୀ ପ୍ରଣାବାନନ୍ଦ ଦାସ ,ଝିଅ ଶର୍ମିଷ୍ଠା,ପୁଅ ରାମନାରାୟଣ,ସ୍ମିତା,ସାସ୍ୱତୀ, ବୋହୁ ଶ୍ରୀ, ବିଷ୍ନୁପ୍ରିୟା, ଜୋଇଁ ଶରତ, ରାଜୀବ, ଅଜୟ, ସୁଶାନ୍ତ,ନାତି ନାତୁଣୀ ଯଶସ୍ୱିନୀ, ଶୁଭ୍ରଜିତ, ସାଇଶ୍ଵେତା,ତେଜସ ନାରାୟଣ, ଶିବାନ୍ସ, ଶ୍ରେୟାଶୀ ଓ ରାମ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ ତତ ସହିତ ପରିବାର ବର୍ଗଙ୍କୁ ତରଫରୁ ଏକ ଭଜନସନ୍ଧ୍ୟା ଆୟୋଜନ କରାଇଥିଲା। ପରିଶେଷରେ କନିଷ୍ଟ ପୁତ୍ର ଓଡିଶା ପ୍ରଶାସନିକ ଅଧିକାରୀ (ଓଏଏସ) ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।