ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଟାଧାରୀ ବେଳାଭୂମିରେ ଲଗାଯାଇଥିବା ଝାଁଉ ଚାରା ଓପାଡି ଦେଇଥିବା ଘଟଣାରେ ଥାନାରେ ଅଭିଯୋଗ

ଏରସମା, 15/07/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଢ଼ିଙ୍କିଆ ପଂଚାୟତ ମାହାଳ ଗ୍ରାମ ନିକଟସ୍ଥ ଜଟାଧାରୀ ସମୁଦ୍ର ବେଳାଭୂମି ରେ ଗତ ୯ ତାରିଖ ଦିନ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱନ କ୍ରମେ ମା 'ପାଁଇ ଗଛ ଟିଏ ବୃକ୍ଷ ରୋପଣ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଜେପି ନେତା ସତ୍ୟ ସାରଥୀ ମହାନ୍ତିଙ୍କ ନେତୃତ୍ୱରେ କରାଯାଇଥିଲା ଏହି ବନୀକରଣ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ୪ ନଂ ଜୋନ୍ ର ମଣ୍ଡଳ ସଭାପତି ବିକ୍ରମଜିତ୍ ସାମନ୍ତରାୟଙ୍କ ନେତୃତ୍ୱରେ ବାଲିତୁଠ ମଣ୍ଡର ସାତ ପଞ୍ଚାୟତ ସାଙ୍ଗଠନିକ କାର୍ଯ୍ୟକର୍ତ୍ତାଙ୍କ ସମେତ ଅଞ୍ଚଳର ମୁରବି ଏବଂ ମହିଳା ମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ l ଢ଼ିଙ୍କିଆ ପଂଚାୟତ ସମୁଦ୍ର କୁଳିଆ ହୋଇଥିବାରୁ ସୁନାମି ଓ ବାତ୍ୟା ଦାଉରୁ ରକ୍ଷା ପାଇବା ପାଁଇ ସମସ୍ତେ ସମୁଦ୍ର କୁଳବର୍ତ୍ତୀ ଅଂଚଳ ରେ ଗଛ ଲଗାଇ ଥିଲେ।ମାତ୍ର ଦୁଖଃର ବିଷୟ ଆଜିକୁ ଚାରାରୋପଣ କରିବା ୬ଦିନ ବିତିଯାଇଥିଲେ ବି କିଛି ଅସାମାଜିକ ଦୁବୃର୍ତ୍ତ ହୀନ ମାନସିକତା ରଖି ବେଳାଭୂମିରେ ରୋପଣ କରାଯାଇଥିବା ୫୦୦ ରୁ ଉର୍ଦ୍ଧ୍ବ ଝାଁଉ ଚାରା ରୁ ପ୍ରାୟ ୧୦୦ ଅଧିକ ଚାରାକୁ ଓପାଡି କେଉଁଠି ଫିଙ୍ଗି ଦିଆଯାଇଛି।ଚାରାରୋପଣ ହେବା ଦିନ ଠାରୁ ଚାରାରେ ଯତ୍ନ ନେବା ଠାରୁ ଗଛରେ ପାଣି ଦେବା ପାଇଁ ଦାଇତ୍ୱରେ ଅଛନ୍ତି।ହେଲେ ଆସନ୍ତା କାଲି ରାତିରେ ଯାଇ ଦେଖିଲା ବେଲକୁ ଗଛ ସବୁ ଗାଏବ ହେଇଯାଇଛି ତେବେ ଏ ସମ୍ପର୍କରେ ଆଜି ସ୍ଥାନୀୟ ଅଭୟଚାନ୍ଦପୁର ଥାନାରେ ଭାରତୀୟ ଜନତା ପାର୍ଟିର ବାଲିତୁଠ ମଣ୍ଡଳ ସଭାପତି ବିକ୍ରମ ଜିତ୍ ସାମନ୍ତରାୟ,ସମ୍ପାଦକ ନିତ୍ୟାନନ୍ଦ ସ୍ୱାଇଁ, ଅଭୟଚାନ୍ଦପୁର ଥାନା ଅଧିକାରୀ ସମୀର ରାଉତଙ୍କୁ ଏକ ଲିଖିତ ଅଭିଯୋଗ ଦେଇ ଏଭଲି ଅସାମାଜିକ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଲ୍ଲେଖ କରିଛନ୍ତି।
Article Image
Article Image
1